ନୀଳକନ୍ଦରକୁ ବହୁଡ଼ିଲେ ମହାପ୍ରଭୁ, ଆଜି ବାହାରିବ ନୀଳାଚଳ ଅବଢା

0 67

ପୁରୀ : ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ । ଶେଷରେ ରତ୍ନବେଦୀରେ ବିରାଜ ମାନ କଲେ ମହାବାହୁ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭବ ଭିଡ ଲାଗିଥିଲା ।
ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନୀଳାଦ୍ରିବିଜେ ନୀତି । ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନୀଳାଦ୍ରୀନାଥ । ଚଳିତବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି ସଂଧ୍ୟାଧୂପ ସରିବା ପରେ ୩ ରଥରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରି ଲାଗି ଶେଷ ହୋଇ ବିଜେ କାହାଳି ବାଜିଥିଲା । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିଛନ୍ତି । ଯାହାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୋଇଥିଲେ । ତେବେ ସମସ୍ତଙ୍କ ସହଯୋଗରେ ଏତେବଡ ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସପି । ଅନ୍ୟପଟେ ଆଜି ପ୍ରଥମ ନୀଳାଚଳ ଅବଢା ପାଇ ଭକ୍ତମାନେ କୃତାର୍ଥ ହେବାସହ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବ ।
କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିଥିଲା ଆଉ ଏକ ମାନବୀୟ ଲୀଳା । ଝୁଲି ଝୁଲି କରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍‌ ସିଂହଦ୍ୱାରର କବାଟ ବନ୍ଦ କରିଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ । ତେବେ ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ସହ ପାଟବସ୍ତ୍ର ଦେବା ପରେ କବାଟ ଖୋଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ ମା ଲକ୍ଷ୍ମୀ । ମହାପ୍ରଭୁଙ୍କର ଏହି ଅନନ୍ୟ ଲୀଳାକୁ ଦେଖି ସମସ୍ତ ଭକ୍ତ କୃତାର୍ଥ ହୋଇଛନ୍ତି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ଅଞ୍ଚଳ । ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥିଲା । ଠାକୁରମାନେ ପହଣ୍ଡିରେ ଆସିବା ସମୟରେ ମନ୍ଦିର ମଧ୍ୟରେ ଥିବା ଶୁଆଶାରୀ ଦେଉଳରେ ପ୍ରସାଦ ଲାଗି, ଘସା ବିଡିଆ, ମଣୋହି ଓ ବନ୍ଦାପନା ନୀତି ହୋଇଥିଲା । ତେବେ ଗତକାଲି ରଥ ଉପରେ ଶ୍ରୀଜୀଉ ମାନଙ୍କୁ ଶେଷ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ଅନ୍ୟପଟେ ମହାପ୍ରଭୁଙ୍କ ଏହି ଅନନ୍ୟ ଦୁର୍ଲଭ ଦର୍ଶନ ଓ ନୀତିକାନ୍ତିକୁ ଦେଖିବା ସହ ରଥାରୂଢ ବିଗ୍ରହଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =