କାର ଧକ୍କାରେ ନାବାଳିକା ଆହତ, ଡ୍ରାଇଭର ଫେରାର

0 88

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କଳାଖଣ୍ଡି ଠାରେ କାର ଧକ୍କାରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ ସୋମବାର ଦିନ ୧୨ଟା ସମୟରେ କଳାଖଣ୍ଡି ଗ୍ରାମର ରୁନିତା ଭୋଇ (୧୧) ନିଜ ସମ୍ପର୍କୀୟଙ୍କ ସହ କୋଣସି କାମରେ ଆସି ଜାତୀୟ ରାଜପଥ ପାର୍ଶ୍ୱରେ ଠିଆହୋଇ ଥିଲେ । ଏହି ସମୟରେ ଚାରିଛକ ପଟରୁ ବୌଦ୍ଧ ପଟକୁ ଆସୁଥିବା ଏକ କାର(ଓଆର ୦୨ ଏକ୍ୟୁ ୯୦୮୦) ରୁନିତାକୁ ଧକ୍କା ଦେଇଥିଲା । ଏଥିରେ ରୁନିତା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରକୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେପଟେ ଚାଳକଟି କାରଟିକୁ ରାସ୍ତା ଉପରେ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × 2 =