ହାବକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ

0 72

ଘୁ ଉଦୟଗିରି: ସ୍ଥାନୀୟ ହବାକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଯୋଗେନ୍ଦ୍ରନଥ ସେନାପତିଙ୍କ ନେତୃତ୍ୱରେ ବନ ମହତ୍ସୋବ ସପ୍ତାହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁସ୍ମିତା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଔଷଧୀୟ ବୃକ୍ଷ ପୂଜା ଅର୍ଚ୍ଚନା ପୂର୍ବକ ସମାପନ କରାଯାଇଥିଲା । ଜୁଲାଇ ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ବନ ଉତ୍ସବ ପାଳନ କରାଯାଉଥିବା ବେଳେ ଆଜି ଶେଷ ଦିନରେ ସ୍ଥାନୀୟ ଜେଏମ୍‌ଏଫ୍‌ସି ମାଜିଷ୍ଟ୍ରେଟ ସୁସ୍ମିତା ପ୍ରିୟଦର୍ଶିନୀ ଓ କୋର୍ଟ ଆଡମିନିଷ୍ଟ୍ରେସନ୍‌ ଅଫିସର ମୁକେଶ କୁମାର କୋଠଦଳେଇ ସମସ୍ତ ଷ୍ଟାଫ୍‌ ଓ ଆଇନଜୀବୀ, ବାର ଆସୋସିଏସନ ସଭାପତି ନିର୍ବାଚନ ଭୋଇ, ଆଇନଜୀବୀ ଦୀପକ ଭରଦ୍ୱାଜ, ହାବାକ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ସମେତ ଛାତ୍ରମାନେ ଓ ଅନ୍ୟ ଶିକ୍ଷକଙ୍କ ଯୋଗ ଦାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରୁ ଫରେଷ୍ଟର ପ୍ରଶାନ୍ତ କୁମାର ସାହୁ, ରଶ୍ମିତା ବକ୍ସି, ମନୋଜ କୁମାର ଝା, ଗାର୍ଡ ମନୋଜ କୁମାର ମହାପାତ୍ର, ବିଭୂରଞ୍ଜନ ସାମନ୍ତରାୟ, ପାହାଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ୍‌ ଲିଡର ମମତା ଆଚାରି, ଡିଓ ଗାୟତ୍ରୀ ପଟ୍ଟନାୟକ, ନିତ୍ୟା ନନ୍ଦ ବେହେରା ଓ ପାରା ଫରେଷ୍ଟ ଷ୍ଟାଫ୍‌ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ଓ ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ହବାକ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହରେ ଏକ ବୃକ୍ଷ ରୋପଣ ସଚେତନତା ସଭାର ଆୟୋଜନ ହୋଇଥିଲା । ଏଥିରେ ବୃକ୍ଷ ରୋପଣ ଓ ବୃକ୍ଷର ଉପକାରିତା, ଓ ଅନ୍ୟାନ୍ୟ ବିଷୟରେ ଆଲୋଚନ ହୋଇଥିଲା । ଶେଷରେ ବନାଞ୍ଚଳ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + 15 =