ଦଶପଲ୍ଲା ମହିଳା ମହାବିଦ୍ୟାଳୟଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ

0 51

ଦଶପଲ୍ଲା : ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ସାହୁ ମୋହଦୟା ( ଓଡ଼ିଶା ପ୍ରାନ୍ତ ପ୍ରମୁଖ) ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳର ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଅଧକ୍ଷା ଦୂର୍ଗା ଦେବୀ ଓ ପୂର୍ଣ୍ଣମାସି ଦେବୀ ଯୋଗ ଦେଇଥିଲେ । ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ବୌଦ୍ଧିକ ପ୍ରମୁଖ ମାନସ କୁମାର ସାହୁ ଯୋଗଦେଇଥିଲେ । ହୁର୍ଶିକେସ ବାରିକ କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ଭାରତୀୟ ମଜୁଦୁରୁ ସଂଘ ର ପ୍ରତିଷ୍ଠାତା ଦନ୍ତପତ୍‌ ଢେଙ୍ଗେଣିଙ୍କ ଜନ୍ମ ଜୟନ୍ତୀ ଅବସରରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦଶପଲ୍ଲା ବ୍ଲକରେ ଥିବା ଉଦ୍ୟମି ବ୍ୟକ୍ତି ରାକେଶ କୁମାର ସାହୁ (ସ୍ୱଚ୍ଛ ଜଳ) , କାଳୀଚରଣ ସ୍ୱାଇଁ (ସଦିଷ୍ଟ ମିର୍ଚ୍ଚ଼ର୍‌), ମାନସ ରଂଜନ ସହୁ (ଛତୁଆ) ଭଳି ସ୍ଥାନୀୟ ଉଦ୍ୟୋଗୀ ଯୋଗଦେଇ ସ୍ୱଚ୍ଛ ପାନୀୟ ଜଳର ପ୍ୟାକେଟ ଓ ବିକ୍ରୟ, ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ମିଶ୍ଚର ପ୍ରସ୍ତୁତି, ଛତୁଆ ତିଆରି, ଯାଆଁଳ ଓ ମାଛ ଚାଷ, ଛତୁ ଚାଷ, ସିଲେଇ ଶିଖିବା, ବିୟୁଟି ପାର୍ଲର ଭଳି ବିଭିନ୍ନ କାର୍ଯ୍ୟ ଉପରେ ଦକ୍ଷତା ପ୍ରଦାନ କରିବା ସହିତ ନିଜ ଜୀବନର ସଂଗ୍ରାମର ଅନୁଭୂତି ପ୍ରଦାନ କରିଥିଲେ । ଚାକିରି ବ୍ୟତୀତ ଅନେକ ଯୁବକ ଯୁବତୀ କିଭଳି ନିଜ ଜାଗାରେ ସ୍ୱାବଲମ୍ବନ ହୋଇ ପରିବାରଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ବୋଲି ପ୍ରେରଣା ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ ଓ ଶୁଭାଶିଷ ମିଶ୍ର ଯୋଗ ଦେଇଥିବା ସମସ୍ତ ଛାତ୍ରୀଙ୍କୁ ବାଲ୍ୟବିବାହ ଠାରୁ ଦୂରେଇ ରହି ସମସ୍ତେ ସମାଜରେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବାର ବାର୍ତ୍ତା ପ୍ରଦାନ କରିଥିଲେ । ଆସିଥିବା ଉଦ୍ୟମି ବନ୍ଧୁଙ୍କୁ ଅତିଥିଙ୍କ ଦ୍ୱାରା ଉତ୍ତରୀୟ ଓ ଶ୍ରୀଫଳ ଦେଇ ସମ୍ମାନିତ କରାଯାଇଥିଲା । ପରିଶେଷରେ ସମସ୍ତଙ୍କୁ ହୃଷୀକେଶ ପ୍ରଦାନ ଧନ୍ୟବାଦ ଅର୍ପଣ କରି ସର୍ବେଭବନ୍ତୁ ସୁଖିନଃ ଗାନ କରି ସଭା ସମାପ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen + fourteen =