ନୟାଗଡ ଜିଲ୍ଲାରେ କେବେ ଆରମ୍ଭ ହେବ ମୋ ବସ୍‌ ସେବା ?

0 114

ଦଶପଲ୍ଲା : – ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ପର୍ଯ୍ୟାୟ କ୍ରମେ ମୋ ବସ୍‌ ସେବା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଏଥିରୁ ବାଦ୍‌ ପଡିଯାଇଛି । ଜିଲ୍ଲାରେ ‘ମୋ ବସ୍‌ ସେବା କେବେ ଚାଲିବ, ସେଥି ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ନୟାଗଡ଼-ବାଣିଗୋଛା ଭାୟା ଦଶପଲ୍ଲା, ନୟାଗଡ଼- କଣ୍ଟିଲୋ, ଭାୟା ଖଣ୍ଡପଡା, ନୟାଗଡ଼ – ଓଡଗାଁ ଭାୟା ଶରଣକୂଳ, ନୟାଗଡ଼ – ରଣପୁର ଭାୟା ଦର୍ପନାରାୟଣ ପୁର ଓ ଆଦିବାସୀ ବହୁଳ କଳଷା, ଖମଣ, ଚଢେୟାପଲ୍ଲୀ ମଧ୍ୟରେ ପ୍ରତିଦିନ ବହୁ ଛାତ୍ରଛାତ୍ରୀ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ଯାତାୟତ ପାଇଁ ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଉଛନ୍ତି । ତେଣୁ ଏହିସବୁ ରୁଟ୍‌ରେ ମୋ ବସ୍‌ ସେବା ଆରମ୍ଭ କରାଗଲେ ବହୁ ଜନସାଧାରଣ, ଛାତ୍ରଛାତ୍ରୀ, ଚାକିରିଆ ଉପକୃତ ହେବା ସହିତ ସୁବିଧାରେ ଯାତ୍ରୀ ପରିବହନ ସେବା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏପରିକି ଜିଲ୍ଲା ପ୍ରଶାସନ ଏଥିନେଇ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

one × 5 =