ଚାଲିଗଲେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ,ଶେଷ ସମ୍ମାନ ଦେଲାନି ପ୍ରଶାସନ

0 240

ଦଶପଲ୍ଲା : ଦଶପଲ୍ଲା ଅଂଚଳର ବିଶିଷ୍ଟ ବ୍ୟକ୍ତି ତଥା ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁଙ୍କର ୧୦୪ ବର୍ଷ ବୟସରେ ଗତକାଲି ସଂଧ୍ୟାରେ, ବୟସାଧିକ୍ୟ କାରଣରୁ ପରଲୋକ ହୋଇଛି । ସ୍ୱର୍ଗତ ସାହୁ ଯୁବାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମ ଏବଂ ସ୍ଥାନୀୟ ପ୍ରଜା ଆନ୍ଦୋଳନରେ ଯୋଗଦେଇ ରାଜ ରୋଷର ଶିକାର ହୋଇଥିଲେ । ଫଳରେ ତାଙ୍କୁ ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଜେଲ୍‌ ମାନଙ୍କରେ ରଖାଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିଲା । ସ୍ୱାଧୀନତା ପ୍ରାପ୍ତି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ମାନ୍ୟତା ତାଙ୍କୁ ମିଳିଥିଲା । ତାଙ୍କର ୨ ପୁଅଙ୍କ ମଧ୍ୟରୁ ବଡପୁଅ ଗ୍ରାମ ଶ୍ମଶାନରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ନ ପହଞ୍ଚିବା ସାଧାରଣରେ ନାପସନ୍ଦ କରାଯାଇଛି ।
ତାଙ୍କ ବିୟୋଗରେ ଦଶପଲ୍ଲା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦଶପଲ୍ଲାର ସମଗ୍ର ଅଞ୍ଚଳରେ ତାଙ୍କଠାରୁ ଆଉ କେହି ବୟସ୍କ ବ୍ୟକ୍ତି ନଥିଲେ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

17 + eleven =