ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର

0 413

ନବରଙ୍ଗପୁର:- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନବରଙ୍ଗପୁର ମହାବିଦ୍ୟାଳୟଠାରେ ଦୀର୍ଘ ସାତ ଦିନ ବ୍ୟାପୀ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ମହାବିଦ୍ୟାଳୟର ୫୦ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ସ୍ୱେଚ୍ଛାସେବୀ ନିଜର ନିର୍ଦ୍ଦିଷ୍ଟ ପୋଷ୍ୟ ଗ୍ରାମ ଯଥା ନୂଆଗୁଡ଼ା ଏବଂ ନୀଳକଣ୍ଠଗୁଡ଼ାକୁ ବିଭିନ୍ନ ଶିକ୍ଷା ମୂଳକ ସ୍ଲୋଗାନ ଏବଂ ଶୃଙ୍ଖଳିତ ଶୋଭାଯାତ୍ରାରେ ବାହାରି ଗ୍ରାମରେ ପହଞ୍ଚି ଥିଲେ । ସେଠାକାର ପ୍ରାଥମିକ ବିଦ୍ୟାଳୟରେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ. ବିଶ୍ୱନାଥ ବିଶ୍ୱାଳ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବରିଷ୍ଠ ଅଧ୍ୟାପକ, ଯୁବ ରେଡକ୍ରସ ସଂସ୍ଥାର ଜିଲ୍ଲା ସଂଯୋଜନା ସମ୍ପାଦକ ତଥା ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦିଲୀପ କୁମାର ହୋତା, ପୂର୍ବ କାର୍ଯ୍ୟକ୍ରମ ଅଧିକାରୀ ଶମ୍ଭୁ ପ୍ରସାଦ ହୋତା, ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସହ ପ୍ରାଧ୍ୟାପକ ଜେ. ସବର୍‌ ତଥା ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ନିଜ ନିଜର ଛାତ୍ର ଜୀବନର ସ୍ୱେଚ୍ଛାକୃତ ସେବାର ଅନୁଭୂତି ବଣ୍ଟନ କରିଥିଲେ ଏବଂ ଶିବିରର ଉପଯୋଗିତା ବର୍ଣ୍ଣନା କରିଥିଲେ । ଉପରୋକ୍ତ ଗ୍ରାମ ଗୁଡିକରେ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ, ଯଥା ଜାତୀୟ ସେବା ଯୋଜନାର ମୁଳ ଧାରଣା ଶିକ୍ଷା, ପ୍ରାତଃ ଯୋଗ ଅଭ୍ୟାସ, ସେବା ତାଲିମ, ସ୍ୱଚ୍ଛତା ଅଭିଯାନ, ଗ୍ରାମବାସୀଙ୍କ ସହ ଭାବ ବିନିମୟ, ପ୍ରାଥମିକ ବିଦ୍ୟାଳୟର ସଫେଇ କାର୍ଯ୍ୟକ୍ରମ ଗ୍ରାମ ଶିଶୁ ମାନଙ୍କୁ ଖାଦ୍ୟ ପାନୀୟ ବଣ୍ଟନ, କରୋନା, କୁପୋଷଣ, ଇତ୍ୟାଦି ବିଷୟରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା, ଆର୍‌.ବି.ଆଇ ପକ୍ଷରୁ ଆର୍ଥିକ ଶିକ୍ଷା, ସାଇବର ଅପରାଧ ଉପରେ ରୋକ ବିଷୟରେ କର୍ମଶାଳା ରେ ଯୋଗଦାନ, ଏବଂ ବୃକ୍ଷ ଗୁଡ଼ିକର ଦୈନନ୍ଦିନ ଯତ୍ନ, ମାସ୍କ ଓ ସାନିଟାଇଜର ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ, ଗ୍ରାମଶିଶୁ ମାନଙ୍କୁ ମୌଳିକ ଶିକ୍ଷା ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ମାନ ତ୍ୱରାନ୍ୱିତ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ରାତ୍ରୀ ସମାରୋହ (କ୍ୟାମ୍ପଫାୟାର) ଆୟୋଜନ କରାଯାଇଥିଲା । ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ ଏକ ଭବ୍ୟ ସମାରୋହ ସହ, ପୁରସ୍କାର ବିତରଣ ପୂର୍ବକ, ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ.ମାଝୀ, ସଭାପତି ଏଲ୍‌.ହରିଜନ, ନୀଳକଣ୍ଠଗୁଡା ଏସ୍‌.ଏଚ.ଜି ସଂସ୍ଥାର କର୍ମକର୍ତ୍ତା ଶ୍ରୀମତୀ ବାନୁ ଜାନିଙ୍କ ଉପସ୍ଥିତିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଭାସ୍କର ବିଶ୍ୱାଳ ଶୀତକାଳୀନ ଶିବିରର ଉଦଯାପନ ଘୋଷଣା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଜାହାଙ୍ଗୀର ମହମ୍ମଦ ଏବଂ ମାନସୀ ମହାପାତ୍ର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =