ବରିଷ୍ଠ ନାଗରିକ ଦେଶର ସମ୍ପଦ ଶୀର୍ଷକ ଆଲୋଚନା ଚକ୍ର

0 132

ଫୁଲବାଣୀ:ବିଶ୍ୱ ବରିଷ୍ଠ ନାଗରିକ ଦିବସ ହାଟପଦା ସ୍ଥିତ ମାଆ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗ ମଞ୍ଚ ପକ୍ଷରୁ ସଭାପତି ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ବରିଷ୍ଠ ନାଗରିକ ଦେଶର ସମ୍ପଦ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସମଗ୍ର ବିଶ୍ୱରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ଏହି ଦିନଟିକୁ ପାଳନ କରାଯାଉଛି । ପିତାମାତା କେତେ କଷ୍ଟସହି ଭବିଷ୍ୟତ ପିଢୀକୁ ବଢାଇ ମଣିଷ କରିଥାନ୍ତି ତାହା ଏହି ଦିବସ ପାଳନ ବେଳେ ମନେ ପଡେ । ପିତା ମାତା ଜେଜେ ବାପା ଜେଜେମା ପରିବାରର ସମ୍ପତ୍ତି । ସେମାନଙ୍କ ଋଣ ସାତ ଜନ୍ମରେ ଶୁଝବା କଷ୍ଟକର । କିନ୍ତୁ ଦେଖାଯାଏ କେତେକ ଅସାମାଜିକ ବ୍ୟକ୍ତି ପିତା ମାତାଙ୍କୁ ହତାଦର କରି ଅସମ୍ମାନ ପ୍ରଦର୍ଶନ କରନ୍ତି । ଆଜିକାଲିର କେତେକ ବ୍ୟକ୍ତି ବରିଷ୍ଠ ନାଗରିକମାନଙ୍କୁ ପରିବାରର ବୋଝ ବୋଲି ଭାବି ନାନା ଶାରୀରିକ ମାନସିକ ନିର୍ଯାତନା ଦେଉଥିବା ଦେଖାଯାଏ । ସେମାନଙ୍କ ଅଭିଜ୍ଞତା, ଉପଦେଶକୁ ଗ୍ରହଣ କରି କାମରେ ଲଗାଇଲେ ଆମ ପରିବାର ହସଖୁସିରେ ଭରିଯିବ । ପ୍ରଜାପିତା ବ୍ରହ୍ମା କୁମାରୀର ବିକେ ସବିତା, ଡ ବିଜୟ କିଶୋର ଜେନା, ଆଇନଜୀବୀ ବିଜୟକୃଷ୍ଣ ପଟନାୟକ, ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା ପ୍ରମୁଖ ପରିଣତ ବୟସରେ କିଭଳି ଖୁସି ରହିବା,ସ୍ୱାସ୍ଥ୍ୟ ଭଲ ରହିବ, ସୁରକ୍ଷା ପାଇଁ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ନାଗରିକ ଡ ଅନନ୍ତ ମିଶ୍ର, ଅମୀୟ ଦାସ ନବ କିଶୋର ରଥ ପ୍ରମୁଖ ପାରିବାରିକ ସୁଖ ଶାନ୍ତି ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ନାଗରିକ ପ୍ରଣବ ମଣ୍ଡଳ ଅତିଥି ସ୍ୱାଗତ କରିଥିବା ବେଳେ ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =