ଦାରିଙ୍ଗବାଡ଼ିରେ ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 200

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ହରେନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ଓବିସି ମୋର୍ଚ୍ଚା ର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଯୋଗ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ , ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଚ୍ଚନା ପ୍ରଧାନ, ପଦ୍ମଚରଣ ଦାସ, ଦେବାଶିଷ ପ୍ରିୟଦର୍ଶିନୀ ସାହୁ, ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମିତାରଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଥିବା ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ବିଜେଡି ସରକାର କ୍ରମାଗତ ଭାବେ ଉଦେଶ୍ୟମୂଳକ ଭାବେ ଷଢଯନ୍ତ୍ର କରି ଉଚ୍ଚ ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି,ଆତ୍ମ ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ୱ କରିବାରୁ ବଞ୍ଚିତ କରି ଆସୁଛନ୍ତି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକୋର୍ଟରେ ବିଜେଡି ସରକାର ମିଛ କଥା କହିଥିଲେ । ବର୍ତ୍ତମାନ ଶିକ୍ଷା କ୍ଷେତ୍ର ଓ ଅନ୍ୟାନ୍ୟ ସ୍ଥାନରେ କେନ୍ଦ୍ର ସରକାର ଓବିସିମାନଙ୍କୁ ୨୭ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ ଅନେକ ରାଜ୍ୟ ମଧ୍ୟ ସମାନ ପ୍ରଦାନ କରୁଛନ୍ତି କିନ୍ତୁ ଓଡ଼ିଶା ସରକାର କାହିଁକି ପ୍ରଦାନ କରୁନାହାନ୍ତି ବୋଲି ପ୍ରଶ୍ନ କରି ବୈଠକରେ ଏକ ସର୍ବସମ୍ମତି କ୍ରମେ ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଥିଲେ । ନଚେତ ସମଗ୍ର ରାଜ୍ୟ ବ୍ୟାପୀ ଏଥିପାଇଁ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ଏଥି ସହିତ ଅଳ୍ପ ଦିନ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ରାଜ୍ୟକୁ ଆସିବା ସମୟରେ ଓବିସି ମୋର୍ଚ୍ଚା ତରଫରୁ ଏନେଇ ଆଲୋଚନା କରାଯିବ ପ୍ରକାଶ କରିବା ସହିତ ବୈଠକରେ ଦାରିଙ୍ଗବାଡ଼ି ବ୍ଲକ ର ତୃଣମୂଳ ସ୍ଥରରୁ କର୍ମୀମାନେ କିଭଳି କାର୍ଯ୍ୟ କରିବେ ସେ ନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ କ୍ଷ ଅନ୍ୟପକ୍ଷରେ ବୈଠକରେ ରାଜ୍ୟ ସରକାର ଅଭ୍ୟାସଗତ ଭାବେ କେନ୍ଦ୍ରର ସମସ୍ତ ଯୋଜନାକୁ ହଡପ କରି ଯୋଜନାର ନାମ ବଦଳାଇ ନିଜର ବାହାଦୁରୀ ନେବାକୁ ହୀନଉଦ୍ୟମ କରିଆସୁଛନ୍ତି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତି, କୃଷି, ଶିଳ୍ପାୟନ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ଏହି ସବୁ ଘଟଣାକୁ ନେଇ ବିଜେପି କର୍ମୀମାନେ ଲୋକମାନଙ୍କ ନିକଟରେ ଆଲୋଚନା କରି ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ବିଜୟୀ କରାଇବା ପାଇଁ କାମ କରିବାକୁ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଳା ଓବିସି କାର୍ଯ୍ୟକାରିଣୀରେ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମହେଶ୍ୱର ସାହୁ,ପରେଶ ମହାପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇଙ୍କ ସମେତ ବ୍ଲକର ବହୁ ସଂଖ୍ୟକ ଦଳୀୟ ମହିଳା ପୁରୁଷ କର୍ମୀମାନେ ବୈଠକରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × one =