ଟ୍ରକ୍‌ ଧକ୍କାରେ ବାପପୁଅ ଗୁରୁତର

0 164

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବାପା ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟ ଗୁରୁତରଙ୍କୁ ବୁର୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଉଭୟ ବାପପୁଅ ଏକ ବାଇକରେ ପଦ୍ମପୁର ପଟରୁ ପାଟଣାଗଡ଼ ଫେରୁଥିବା ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ଠାରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଗାଡ଼ି ନଂ ଓଡି୧୭ ଜେ ୮୨୯୧ ଧକ୍କା ଦେଇଥିଲା । ଯାହାଫଳରେ ବାଇକ ଆରୋହୀ ବାପା ପୁଅ ଦୁହେଁ ଛିଟିକି ରାସ୍ତାରେ ପଡ଼ିଯାଇଥିଲେ । ଉଭୟ ବାପପୁଅଙ୍କ ବାମ ଗୋଡ଼ ଭାଙ୍ଗିଯିବା ସହ ବାପ ସିଂହାସନ ଧରୁଆଙ୍କ ମୁଣ୍ଡରେ ଗୁରୁତର ଆହତ ହୋଇଛି । ଏନେଇ ଖବର ପାଇ ଚଙ୍ଗରିଆ ସରପଞ୍ଚ ସରପଞ୍ଚ ସୁଶିଲ କୁମାର ଗୁରୁ ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ଡିଙ୍ଗର କୁମାର ପହଞ୍ଚି ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ଆହତ ବାଇକ ଚାଳକ ହେଲେ ଚଙ୍ଗରିଆ ଗ୍ରାମର ଡୋଲାମଣୀ ଧରୁଆ (୨୪ )ଓ ତାଙ୍କ ବାପା ସିଂହାସନ ଧରୁଆ ( ୫୫) । ପାଟଣାଗଡ଼ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବାପା ପୁଅଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବୀରସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଘଟଣାରେ ଲରମ୍ଭା ପୋଲିସ ପହଞ୍ଚି ଟ୍ରକଟି କୁ ଜବତ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × one =