ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ : ଭୂ-ଅର୍ଜନ ଅଧିକାରୀଙ୍କ ଖାମଖିଆଲ୍‌ ମନୋବୃତ୍ତି ଯୋଗୁଁ ହେଉନି ଜମିର ଉପଯୁକ୍ତ ମୂଲ୍ୟାୟନ

0 703

ଦଶପଲ୍ଲା : ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅହେତୁକ ତତ୍ପରତା ପ୍ରକାଶ ପାଉଥିବା ବେଳେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ । ନିଜର ହକ୍‌ ଦାବିରେ ବୁଗୁଡା କଲୋନୀ ଗ୍ରାମର କ୍ଷତିଗ୍ରସ୍ତ ଆଦିବାସୀମାନେ ଆଜକୁ ୬ ମାସ ଧରି ୫୭ ନଂ ଜାତୀୟ ରାଜପଥ କଡ଼ରେ ଖରା,ବର୍ଷା ସହି ଧାରଣାରେ ବସିଥିବାବେଳେ ଦଶପଲ୍ଲା ପଶ୍ଚିମାଞ୍ଚଳର ବହୁ କ୍ଷତିଗ୍ରସ୍ତ ଜନସାଧାରଣ ବାରମ୍ବାର ଭୂଅର୍ଜନ ଅଧିକାରୀ ନୟାଗଡ଼ଙ୍କ ନିକଟକୁ ଧାଇଁ ଧାଇଁ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଆଉ କେତେବେଳେ ସଂପୃକ୍ତ ଅଧିକାରୀଙ୍କଠୁ ମିଳୁଛି ଧମକ । ଜାଣିଶୁଣି ଅଭିଯୋଗକାରୀଙ୍କୁ ଦେଖା କରୁନଥିବା ଅଭିଯୋଗ କରୁଛନ୍ତି କ୍ଷତିଗ୍ରସ୍ତ । ଫଳରେ କ୍ଷତିଗ୍ରସ୍ତ ଜନସାଧାରଣ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେବା ସହ ଜିଲ୍ଲାପାଳଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି । ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାକରା ପଞ୍ଚାୟତରେ । ଅଭିଯୋଗ ଅନୁଯାୟୀ , ଜାତୀୟ ରାଜପଥ ନିର୍ମାଣ ସମୟରେ ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ଯେତିକି ପରିମାଣର ପ୍ରାପ୍ୟ ପ୍ରଦାନ କରାଯାଇଥିଲା ଏବେ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ସମାନ କିସମ ଜମି ପାଇଁ ବହୁତ କମ୍‌ ପରିମାଣର ପ୍ରାପ୍ୟ ପ୍ରଦାନ କରାଯାଉଛି । ରେଳ ପ୍ରକଳ୍ପ ପାଇଁ ୨୦୧୯ ମସିହାରେ ଅସନିବେରେଣା ମୌଜାର ସମାନ କିସମ ଓ ଜମିର ପରିମାଣ ପାଇଁ କେତେ ମୂଲ୍ୟ ଦିଆଯାଇଥିଲା ତାହା ଉଲ୍ଲେଖ ଥିବାବେଳେ ବର୍ତ୍ତମାନ ତାହାକୁ ନୋଟିସରେ ଉଲ୍ଲେଖ କରାନଯାଇ ଉପଯୁକ୍ତ ପ୍ରାପ୍ୟଠାରୁ ବହୁତ କମ୍‌ ଅର୍ଥ ପ୍ରଦାନ କରାଯାଉଛି । ବିଭାଗ ପକ୍ଷରୁ ନୋଟିସ ପରେ ବାରମ୍ବାର ଅଭିଯୋଗ ପାଇଁ କ୍ଷତିଗ୍ରସ୍ତ ନୟାଗଡ଼ ଯାଉଥିବା ବେଳେ ସଂପୃକ୍ତ ଅଧିକାରୀ ଅଭିଯୋଗକାରୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଘଉଡେଇ ଦେଉଛନ୍ତି । ଫଳରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ପୁନଃ ତଦନ୍ତ କରାଯାଇ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଟାକରା ଅଞ୍ଚଳର କ୍ଷତିଗ୍ରସ୍ତ ପରିବାର ଦାବି କରିଛନ୍ତି । ଯଦି ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାନଯାଏ ତେବେ ଆଗକୁ ଆନ୍ଦୋଳନ କରାଯିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପ୍ରଶାସନ ଦାୟୀ ରହିବ ବୋଲି କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

five × three =