ସୁବର୍ଣ୍ଣପୁରରେ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ

0 102

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶା ବାସୀଙ୍କ ବ୍ୟବହାରିକ କୋଶଲି ଭାଷା ହେଉଛି ପୃଥିବୀର ଶ୍ରେଷ୍ଠ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ସ୍ପଷ୍ଟ ମତ ଦେଇଥିଲେ । ପୌରାଣିକ, ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓ ଭାରତର ମାନ୍ୟବର ରାଷ୍ଟ୍ରପତି ଏହି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ଏହାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ବାଧ୍ୟ ବୋଲି ବକ୍ତା ମାନେ ଯୁକ୍ତି ବାଢିଥିଲେ । ଅପରପକ୍ଷରେ ଏହି ଭାଷାର ଉକ୍ରର୍ଷର୍ ସକାଶେ ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମ ସମ୍ମାନ ପ୍ରଦାନ ଉପରୋକ୍ତ ଯୁକ୍ତିକୁ ଦୃଢ଼ୀଭୂତ କରୁଛି ବୋଲି ସେମାନେ କହିଥିଲେ । ଏହି ଉପଲକ୍ଷେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ସଭା ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯହିଁରେ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ପ୍ରଫେସର ଡା. ସନ୍ତୋଷ ପାଢ଼ୀ, ପ୍ରଫେସର ଡା. ଜ୍ୟୋତିରଞ୍ଜନ ବହିଦାର, ପ୍ରଫେସର ଶମ୍ଭୁଭୂଷଣ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଏବଂ ପ୍ରଫେସର ମୀନା ମହାରଣା, କବି ଆର୍ତ୍ତତ୍ରାଣ ବାବୁ, ପୁଷ୍ପା ମେହେର, ଦିଲ୍ଲୀପ କୁମାର ରଥ, ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସତ୍ୟନାରାୟଣ ବହିଦାରଙ୍କ ନାତୁଣୀ ସୁଶ୍ରୀ ଗୀତା ବହିଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଳ୍ପନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + twenty =