କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

0 107

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଶୈବ ମନ୍ଦିର ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭମାନେ ସକାଳୁ ବେଲପତ୍ର ନଡ଼ିଆ କଦଳୀ ଧୂପ ଦୀପ ଧରି ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ସେହିପରି ମନ୍ଦିର ପରିସରରେ ଭକ୍ତମାନେ ରୋଷେଇ କରି ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରିଛନ୍ତି । ସେହିପରି ସହରର ବିଭିନ୍ନ ଶୈବପୀଠରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସ ଏକ ଧର୍ମ ମାସ ହୋଇଥିବାରୁ ବିଭିନ୍ନ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ଶିବଙ୍କୁ ଉପାସନା କଲେ ସକଳ ରିଷ୍ଟ ଖଣ୍ଡନ ହୁଏ ବୋଲି ଲୋକ କଥା ରହିଛି । ଏହି ମାସରେ ଭୋଳା ଶଙ୍କରଙ୍କୁ ଉପାସନା କଲେ ସକଳ ଦୁଃଖ କଷ୍ଟ ରୋଗ ଶୋକ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

3 + 5 =