ପୂର୍ବତନ ସରପଞ୍ଚଙ୍କ ବ୍ଲକ୍‌ କାର୍ଯ୍ୟାଳୟରେ ଦାଦାଗିରି : ଠିକା କାମକୁ ନେଇ ହାତାହାତି

0 91

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କାର୍ଯ୍ୟାଳୟ ଠାରେ ଗୁରୁବାର ଅପରାହ୍ନରେ ଜଣେ ପୂର୍ବତନ ସରପଞ୍ଚଙ୍କ ଦାଦାଗିରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପ୍ରଧାନ ଅପରାହ୍ଣ ସମୟରେ ଖପ୍ରାଖୋଲ ବ୍ଲକ୍‌ କାର୍ଯ୍ୟାଳୟରେ କିଛି ଲୋକଙ୍କ ସହିତ ମିଶି ଠିକା କାମକୁ ନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ଗାଳି କରୁଥିବା ବେଳେ ବ୍ଲକର୍‌ ବରିଷ୍ଠ କିରାଣୀ ବ୍ରଜବନ୍ଧୁ ଠାକୁର ବିଡ଼ିଓ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବେନ୍ଦେରର ପୂର୍ବତନ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ବରିଷ୍ଠ କିରାଣୀଙ୍କୁ ମାଡ ମାରିଥିବା ଖପ୍ରାଖୋଲରେ ଏକ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଅଛି । ଦୁର୍ନୀତିକୁ ପ୍ରଶୟ ଦେବା ପ୍ରତିବାଦରେ କିଛି ଅସାମାଜିକ ତତ୍ତ୍ୱ ଲୋକ ଖପ୍ରାଖୋଲ ବ୍ଲକ୍‌ କାର୍ଯ୍ୟାଳୟକୁ ପଶି ଆସି ମଦ ପିଇ ପାଟିତୁଣ୍ଡ ସହିତ ବ୍ଲକ କର୍ମଚାରୀଙ୍କ ସହ ହାତାହାତି ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ହୋଇନଥିବା ଖପ୍ରାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ପଚାରିବାରୁ ଆସନ୍ତାକାଲି ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 + eight =