ଅଧ୍ୟକ୍ଷା ଓ ଇଓଙ୍କ ଉପସ୍ଥିତିରେ ଏନଏସି କ୍ଷେତ୍ର ପରିଦର୍ଶନ କଲେ ଓଡ଼ିଶା ଅର୍ବାନ ହାଉସିଂ ମିଶନ ଟିମ

0 67

ଘୁ.ଉଦୟଗିରି: ଓଡ଼ିଶା ଅର୍ବାନ ହାଉସିଂ ମିଶନର ଟିମ୍‌ ଲିଡର ପାର୍ଥସାରଥୀ ସାହୁଙ୍କ ନେତୃତ୍ୱରେ ରାଜ୍ୟ ପ୍ରତିନିଧି ଦଳ ପ୍ରଥମେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ସସ୍ମିତା ବେହେରା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମୟରେ ପ୍ରତିନିଧି ଦଳ ପ୍ରତ୍ୟକ୍ଷ ଭାବେ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ଅଧକ୍ଷାଙ୍କ ତତ୍ତ୍ୱାବଧାନରେ ପରିଷଦ ସଭା ଗୃହଠାରେ ରାଜ୍ୟ ପ୍ରତିନିଧି ମଣ୍ଡଳୀ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର, ଏମଆଇଏସ ମୁକେଶ ରଞ୍ଜନ ନାୟକ ଉପସ୍ଥିତ ଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ଓ ଯୋଜନା କାର୍ଯ୍ୟକ୍ଷମ ଉପରେ ସମୀକ୍ଷା କରାଯାଇଥିଲା । ସ୍ଥାନୀୟ ପରିଷଦ ମଧ୍ୟରେ ସମୁଦାୟ ୭୮୬ ଆବାସ ଗୃହ ବଣ୍ଟନ ନିମନ୍ତେ ଅନୁମୋଦନ ମିଳିଥିଲା, ସେଥି ମଧ୍ୟରୁ ୫୧୭ ହିତାଧିକାରୀ ଆବାସ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିବା ବେଳେ ବଳକା ୨୬୯ ନୂଆଁ କରି ଆବାସ ଗୃହ ହିତାଧିକାରୀଙ୍କ ନିମନ୍ତେ ଆବେଦନ କରାଯିବା ପ୍ରଣାଳୀ ସହ ଯୋଜନାରେ କିପରି ଅନ୍ତର୍ଭୁକ୍ତ କରାଯିବ ଓ ପୂର୍ବରୁ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ କିପରି ଅତିଶୀଘ୍ର ଗୃହ ନିର୍ମାଣ ସଂପୂର୍ଣ୍ଣ କରିବେ ସେ ବିଷୟରେ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହ ସମସ୍ତଙ୍କ ମତାମତ ନିଆଯାଇଥିଲା । କେଉଁ ଅସୁବିଧା ଗୁଡ଼ିକ ରହୁଛି ଆବାସ ଯୋଜନାର କାର୍ଯ୍ୟକାରିତା ଉପରେ ସେ ସବୁ ମଧ୍ୟ ପରିଷଦ ସଦସ୍ୟ ମାନଙ୍କ ଠାରୁ ରାଜ୍ୟ ହାଉସିଂ ବୋର୍ଡ଼ ପ୍ରତିନିଧି ମଣ୍ଡଳୀ ମତାମତ ଶୁଣିବା ସହ ଲକ୍ଷ୍ୟଧାର୍ଯ୍ୟ ଥିବା ୭୮୬ ଟି ଆବାସ ଗୃହ ଅତିଶୀଘ୍ର ନିର୍ମାଣ କରି ଲକ୍ଷ୍ୟଧାର୍ଯ୍ୟ ପୂରଣ ନିମନ୍ତେ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × four =