ବର୍ଷାଙ୍କୁ ଅଦାଲତି ଝଟକା, ଘର ଚାବି ହସ୍ତାନ୍ତର ଲାଗି ନିର୍ଦ୍ଦେଶ

0 112

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରବାରିକ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବର୍ଷା ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ହୋଇଥିବା ପିଟିସନ ଖାରଜ ଏବଂ ବର୍ଷା କୋର୍ଟରେ ଘର ଛାଡ଼ିବା ପରେ ପାଖରେ ରଖିଥିବା ତା ଚାବିକୁ କୋର୍ଟରେ ଫେରାଇବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ବର୍ଷା ଘର ଛାଡ଼ିବା ସତ୍ତ୍ୱେ ସେହି ଘର ତାଲା ପକାଇ ସାଙ୍ଗରେ ଚାବି ନେଇଯାଇଥିଲେ। ପରେ ଏନେଇ ଅନୁଭବ ଆପତ୍ତି ଉଠାଇ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଏହି ପିଟିସନର ଉତ୍ତରରେ ବର୍ଷା କହିଥିଲେ କି ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖେ ରଖିଛନ୍ତି ଓ କୋର୍ଟରେ ଏହି ଚାବିକୁ ହସ୍ତାନ୍ତର ମଧ୍ୟ କରିବେ। ଏହା ପରେ ଅନୁଭବଙ୍କ ପିଟିସନ ଟି ଖାରଜ ହେବା ସହ ବର୍ଷାଙ୍କୁ ଚାବି ଫେରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

hiranchal ad1
Leave A Reply

Your email address will not be published.

12 − eleven =