ଦଶପଲ୍ଲା ସବ୍‌-ଜେଲ୍‌ରୁ ବିଚାରାଧୀନ ବନ୍ଦୀ ଫେରାର

0 798

ଦଶପଲ୍ଲା : ଆଜି ଦିବା ୧୦ ଟା ୩୦ ମିନିଟ ସମୟରେ ବିଚାରାଧୀନ ବନ୍ଦୀ ଭାବରେ ଦଶପଲ୍ଲା ଜେଲ୍‌ରେ ଥିବା ହିମାଂଶୁ ଶେଖର ନାୟକ (୩୭) ଜେଲ୍‌ର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ୱାର୍ଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ଫେରାର୍‌ ହୋଇଯାଇଛି । ଫେରାର୍‌ ହିମାଂଶୁଙ୍କ ଘର, କଟକ ଜିଲ୍ଲା ନରସିଂହପୁର ଅଂଚଳରେ ହୋଇଥିବାବେଳେ, ସେ (ଗଣିଆର ଛାମୁଣ୍ଡିଆ ଅଂଚଳରେ) ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଦଶପଲ୍ଲା ସବ୍‌-ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବରେ ରହୁଥିବା ଜଣାପଡିଛି । ଏ ସମ୍ପର୍କରେ ଦଶପଲ୍ଲା ସବ୍‌-ଜେଲ୍‌ର ଜେଲର୍‌ ମାନସ ରଂଜନ ସାମନ୍ତ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

five × 4 =