ହବିଷ୍ୟାଳୀ ମା’ମାନଙ୍କୁ ଶାଲ ପ୍ରଦାନ

0 82

ପୁରୀ : ହବିଷ୍ୟାଳୀ ମା ମାନଙ୍କୁ ଶାଲ ବଣ୍ଟନ କରାଯାଇଛି । ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚ ଗୋଟି କେନ୍ଦ୍ର ରେ ଜିଲ୍ଲାପାଳ ସମର୍ଥ ବର୍ମା ଶାଲ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ହବିଷ୍ୟାଳୀ କେନ୍ଦ୍ରର ଉଦଘାଟନ ଓ ହବିଷ୍ୟାଳୀ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀ କେନ୍ଦ୍ରମାନଙ୍କରେ ରହୁଥିବା ସମସ୍ତ ମା ମାନଙ୍କୁ ଗୋଟାଏ ଗୋଟିଏ ଶାଲ ପ୍ରଦାନ ପାଇଁ ଘୋଷଣା କରିଥିଲେ । ସେହି ଆଧାରରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ରହୁଥିବା ହବିଷ୍ୟାଳୀ ମା ମାନଙ୍କୁ ଏହି ଶାଲ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ଜେନା, ରଞ୍ଜନ କୁମାର ବେହେରା, ରାକେଶ କୁମାର ପଣ୍ଡା,ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା,ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶାଲ ବଣ୍ଟନରେ ସହଯୋଗ କରିଥିଲେ । ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ସ୍ୱେଚ୍ଛାସେବୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଜିଲ୍ଲାପାଳ ମା ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ମା ମାନେ ସେମାନଙ୍କ ପ୍ରତିକ୍ରିୟା ରେ ସମସ୍ତ ବ୍ୟବସ୍ଥା ଭଲ ଓ ଶୃଙ୍ଖଳିତ ହୋଇଛି ବୋଲି କହିବା ସହ ହୁଳହୁଳି ଓ କରତାଳି ମାଧ୍ୟମରେ ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ ଓ ଆଶୀର୍ବାଦ ଦେଇଥିଲେ । ବଗଲା ଧର୍ମଶାଳାରେ ରହୁଥିବା ଚଞ୍ଚଳା ସାଥୁଆ ନାମ୍ନୀ ଜଣେ ହବିଷ୍ୟାଳୀ ମା ସମସ୍ତ ବ୍ୟବସ୍ଥାକୁ ପ୍ରଶଂସା କରି ସ୍ୱରଚିତ କବିତା ପଠନ କରିଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ ସମସ୍ତ ମା ମାନଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × five =