ସୁବର୍ଣ୍ଣପୁରଠାରେ ଚିତ୍ର ଗୁପ୍ତ ପୂଜା ଅନୁଷ୍ଠିତ

0 178

ସୁବର୍ଣ୍ଣପୁର : ସହରର ଘୋଡ଼ାଘାଟପଡ଼ାଠାରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ପୂର୍ବ ଦିନ ଅପରାହ୍ନରେ ପୁରୁଷ ଓ ମହିଳା ମାନେ ମହାନଦୀରୁ କଲସ ଯାତ୍ରାରେ ବାହାରି ପୂଜା ସ୍ଥଳରେ ପହଞ୍ଚି ଥିଲେ । ଚଳିତ ବର୍ଷ ପୂଜାର କର୍ତ୍ତା ଭାବରେ ସୁବ୍ରତ ମହାନ୍ତି ଓ ତାଙ୍କର ସହଧର୍ମିଣୀ ଅର୍ଚ୍ଚନା ମହାନ୍ତି ଦାୟିତ୍ୱ ନିର୍ବାହ କରିଥିଲେ । ମଧ୍ୟାହ୍ନ ସମୟରେ କରଣ ସମାଜର ମହାସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କରଣ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଡ ଜ୍ୟୋତି ରଞ୍ଜନ ବହିଦାର ଯୋଗଦାନ କରିଥିଲେ । ସମିତିର ସାଧାରଣ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପଠନ କରିବା ସହିତ ଚିତ୍ରଗୁପ୍ତ କଲ୍ୟାଣ ସମିତିର ମୂଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ଶେଷରେ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ପରେ ମହା ପ୍ରସାଦ ସେବନ କରାଯାଇ ସମିତିର ମହିଳା, ବାଳକ ଓ ବାଳିକାଙ୍କୁ ନେଇ ରଙ୍ଗୋଲି ମହିଳା ଓ ବାଳିକା, ଚିତ୍ରାଙ୍କନ, କୌତୁକ ପ୍ରତିଯୋଗିତା ଓ ମ୍ୟୁଜିକ ଚେୟାର, ନୃତ୍ୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମସ୍ୟ ଅଧିକାରୀ, ସମ୍ମାନିତ ଅତିଥି ସୋନପୁର ପୌର ପରିଷଦ ଉପାଧକ୍ଷା ମଲ୍ଲିକା ଦାନୀ, ମୁଖ୍ୟବକ୍ତା ମଦନ ମୋହନ ଦାନୀ ଓ ସଂପାଦକ ଦେବ କିଶୋର୍‌ ଦାନୀ ଯୋଗ ଦେଇଥିବା ବେଳେ ସଭା କାର୍ଯ୍ୟକୁ ଡ ଜ୍ୟୋତି ରଞ୍ଜନ ବହିଦାର ପରିଚାଳନା କରିଥିଲେ । ଆଦ୍ୟାଶା ପଟ୍ଟନାୟକ, ରେଣୁବାଳା ଦାସ, ପୁଷ୍ପକ ରାୟ, ଉମେଶ ଚନ୍ଦ୍ର ଦାନୀ ଓ ସଞ୍ଜୟ ପଟ୍ଟନାୟକଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପାତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଆଗାମୀ ବର୍ଷର କର୍ତ୍ତା ଭାବରେ ଏକାଧିକ ବ୍ୟକ୍ତି ଆବେଦନ କରିଥିବାରୁ ଅତିଥିଙ୍କ ଉପସ୍ଥିତିରେ ଲଟେରୀ ମାଧ୍ୟମରେ ଲଚ୍ଛିପୁର ଗ୍ରାମର ଗୋପାଲ ପଟ୍ଟନାୟକ ଓ ସନ୍ତୋଷିନି ପଟ୍ଟନାୟକଙ୍କ ନାମ ଉଠାଣରେ ବିବେଚିତ ହୋଇଥିଲେ । ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ୱର ଭାବରେ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ମହା ଆଡ଼ମ୍ବରରେ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five + seventeen =