ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

0 76

ପୁରୀ : ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥର ଉଦଘାଟନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଏହାକୁ ଉଦଘାଟନ କରିବା ସହ ସ୍ୱଳ୍ପ ସଞ୍ଚୟ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ ବୋଲି କହିଥିଲେ । ବିନ୍ଦୁ ବିନ୍ଦୁରୁ ସିନ୍ଧୁ ହେଲା ଭଳି ଛୋଟ ଛୋଟ ସଞ୍ଚୟ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, କ୍ୟାରିଅର ଗଠନ ଇତ୍ୟାଦି ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ତେଣୁ ପିଲା ବେଳୁ ସ୍ୱଳ୍ପ ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତ୍ୟେକ ପରିବାର ଯତ୍ନ ବାନ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ସ୍ୱଳ୍ପ ସଞ୍ଚୟ ପ୍ରତ୍ୟେକ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥିବାରୁ ଏହାକୁ ଅଧିକ ଲୋକାଭିମୁଖୀ ଓ ଅଭିଯାନରେ ପରିଣତ କରିବାକୁ ଏହି ସଞ୍ଚୟ ରଥ ସଚେତନତା ଲକ୍ଷ୍ୟରେ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।ଏହି ଉଦଘାଟନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସ୍ୱଳ୍ପ ସଞ୍ଚୟ ବିଭାଗର ଏଜେଣ୍ଟ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =