ଗୁରୁ ଦିବସରେ ଜାତୀୟ ପୁରସ୍କାର ପାଇଲେ ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ୱର ନାୟକ

0 136

ପୁରୀ : ଗୁରୁଦିବସରେ ଓଡିଆ ଗୁରୁଙ୍କୁ ବଡ ଉପହାର ଦେଇଛନ୍ତି ଓଡିଆ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ଓଡିଶା ଇତିହାସ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ପ୍ରଥମଥର ପାଇଁ ଶିକ୍ଷା ଜଗତ ସହ ଜଡିତ ଥିବା ଶିକ୍ଷକ ମାନଙ୍କୁ ମହମହୀମ ରାଷ୍ଟ୍ରପତି ପୁରଷ୍କୃତ ଓ ସମ୍ୱର୍ଦ୍ଧନା କରିଥିବା ବେଳେ ପୁରୀରେ ଜଣେ ଶିକ୍ଷକଙ୍କୁ ଏହି ସୁଯୋଗ ମିଳିଛି । ସମୁଦାୟ ଭାରତର ବିଭିନ୍ନ ରାଜ୍ୟରୁ ୪୫ ଜଣ ଶିକ୍ଷକ ନିଜର ଅପାର ପାରଦର୍ଶିତା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକ୍‌ ବାଙ୍ଗୁରୁଷ ପାଟଣା ଗ୍ରାମର ଇଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଯାହାକୁ ନେଇ ତାଙ୍କ ଗ୍ରାମରେ ବେଶ୍‌ ଉତ୍ସାହ ଦେଖାଯାଇଥିବା ବେଳେ ଏଭଳି ପୁରସ୍କାର ପ୍ରାପ୍ତିକୁ ନେଇ ଗ୍ରାମରେ ମିଠା ବଣ୍ଟନ କରାଯାଇଛି ।
ଭାରତରେ ଓଡିଶାର ନାଁ ରଖିଲେ ପୁରୀର ଓଡିଆ ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକ । ପୁରୀ ଜିଲ୍ଲା ନିମାପଡା ବ୍ଲକ ବାଙ୍ଗୁରୁଷ ପାଟଣା ଗ୍ରାମରେ ରହି କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ପାଠ ପଢାଉଥିବା ଇଶ୍ୱର ଚନ୍ଦ୍ର ନାୟକଙ୍କୁ ପବିତ୍ର ଗୁରୁଦିବସରେ ପୁରଷ୍କୃତ କରିଛନ୍ତି ମହାମହୀମ ରାଷ୍ଟ୍ରପତି । ଦେଶର ବିଭିନ୍ନ ରାଜ୍ୟରୁ ୪୫ ଜଣ ଶିକ୍ଷକ ରାଷ୍ଟ୍ରୀୟ ଶିକ୍ଷକ ପୁରଷ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡିଶାର କେବଳ ଜଣେମାତ୍ର ଶିକ୍ଷକ ଏହି ଉପାଧି ହାତେଇଛନ୍ତି । ଗୁରୁ ଶିଷ୍ୟ ସମ୍ପର୍କର ଏକମାତ୍ର ମାଧ୍ୟମ ହେଉଛି ଶିକ୍ଷାଦାନ । ବୃତ୍ତିକୁ ବ୍ରତ କରିଥିବା ପୁରୀ ମାଟିର ସୁଯୋଗ୍ୟ ସନ୍ତାନ ଇଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରୀୟ ପୁରସ୍କାର ପାଇଥିବାରୁ ଗ୍ରାମରେ ଖୁସିର ମାହୋଲ୍‌ । ପରଷ୍ପରକୁ ମିଠା ଖୁଆଇ ଗ୍ରାମର ପିଲାଛୁଆ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବୟସ୍କ ଲୋକମାନେ ମଧ୍ୟ ଇଶ୍ୱରଙ୍କ ସଫଳତାରେ ଖୁସି ମନାଇଥିଲେ । ନିଷ୍ଠାପର, ନିଆରା ଢଙ୍ଗରେ ଶିକ୍ଷାଦାନ ଏବଂ ନିଜର ଦକ୍ଷତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲା । ସେପଟେ ଯୋଗ୍ୟତା ଆଧାରରେ ଇଶ୍ୱରଙ୍କୁ କେନ୍ଦ୍ର ସରକାର ମନୋନୀତ କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରଷ୍କୃତ କରିଥିବାରୁ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ପୁରସ୍କାର ବିତରଣ ଉତ୍ସବରେ ଇଶ୍ୱର ସାମିଲ ହୋଇ ପୁରଷ୍କୃତ ହୋଇଥିବାରୁ ତାଙ୍କ ଘର ପଡୋଶୀ ମାନେ ବେଶ୍‌ ଭାବପ୍ରବଣତା ହୋଇଯାଇଥିଲେ । ତେବେ ଇଶ୍ୱରଙ୍କ ଘର ବାହୁଡାକୁ ନେଇ ସମସ୍ତ ଗ୍ରାମବାସୀ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି ।
ସବୁଠୁ ବଡ କଥା ହେଉଛି ଈଶ୍ୱର ଜଣେ ଇଞ୍ଜିନିୟର । ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ ହ୍ୟାଣ୍ଡ ଲୁମ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଙ୍ଗ୍‌ ଡିଗ୍ରୀ ହାସଲ କରି ଜଣେ ସଫଳ ଇଞ୍ଜିନିୟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଈଶ୍ୱର । ତେବେ ଚାକିରି କରିବାର ୮ ବର୍ଷ ପରେ ସେ ମୋଟା ଅଙ୍କର ଦରମା ପାଉଥିବା ଚାକିରି ଛାଡି ୨୦୦୧ରେ ରାଜ୍ୟ ଶିକ୍ଷା ବିଭାଗରେ ମାତ୍ର ୧୫୦୦ ଟଙ୍କାରେ ଶିକ୍ଷକତା ଆରମ୍ଭ କରିଥିଲେ । ଇଂଜିନିୟର ଚାକିରି ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ୍‌ ନକରିବାରୁ ସେ ଚାକିରି ଛାଡ଼ି ସ୍ୱଳ୍ପ ବେତନରେ ଶିକ୍ଷକତା ଆରମ୍ଭ କରିଥିଲେ । ଦେଶ ତଥା ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ତାଙ୍କୁ ବେଶ୍‌ ଆନନ୍ଦ ଓ ଶାନ୍ତି ମିଳୁଥିଲା । ସେପଟେ ଓଡ଼ିଆ ଝିଅ ତଥା ପ୍ରଥମ ଓଡିଆ ରାଷ୍ଟ୍ରପତିଙ୍କ ଠାରୁ ଈଶ୍ୱର ଜାତୀୟ ପୁରସ୍କାର ପାଇବା ପରେ ଈଶ୍ୱରଙ୍କ ଗ୍ରାମର ଗ୍ରାମବାସୀ, ତାଙ୍କ ଶୁଭେଛୁ, ଓ ଛାତ୍ରଛାତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ମହାପ୍ରଭୁଙ୍କ ନିକଟରେ ଇଶ୍ୱରଙ୍କ ଉତ୍ତୋରତର ଉନ୍ନତି କାମନା କରାଯାଇଛି ।
ଆଜିକାଲି ଗୁରୁ ଶିଷ୍ୟ ପରମ୍ପରା ଲୋପ ପାଇଯାଉଥିବା ବେଳେ ଜାତୀୟ ପରୁସ୍କାର ପାଇ ଈଶ୍ୱର ସମସ୍ତଙ୍କ ପାଇଁ ଆଦର୍ଶ ଶିକ୍ଷକ ହେବାସହ ଶିଷ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

nineteen − 19 =