ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଚାରଭଟା ପଂଚାୟତ ଅନ୍ତର୍ଗତ ଚାରଭଟା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଅବସରରେ ସୁବର୍ଣ୍ଣପୁରର ସ୍ୱର “ପରିବର୍ତ୍ତନ’, ଗଣପତି କ୍ଲବ, ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁରଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜିବୀ ତଥା ସ୍ୱେଚ୍ଛାସେବୀ ବଳଦେବ ବେଦବାକ ଝିଲିମୁଣ୍ଡା ଗ୍ରାମର ସ୍ୱର୍ଗୀୟ ସମାଜସେବୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆଜିର ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ମିନକେତନ ରଣା, ସଂବିତ ତ୍ରୀପାଠି ସୁଧାଂଶୁ କର୍ମି ,କଣ୍ଠେଶ୍ୱର କଅଁର, ବୀରକିଶୋର ରଣା, ରୋହିତ ରଣା, ଏନୱାଇକେ ରଂଜନ ତ୍ରିପାଠୀ ସୁବର୍ଣପୁର ପରିବର୍ତ୍ତନ ସ୍ୱରର ବ୍ୟାସଦେବ ମିଶ୍ର ,ପ୍ରାଣବନ୍ଧୁ ଦାଶ, ଶ୍ରୀନିବାସ ଚାନ୍ଦ, ଭକ୍ତ ପ୍ରହଲ୍ଲାଦ ଖୁରା ପ୍ରମୁଖ ଯୋଗ ଦେଇଥିବା ବେଳେ ଚାରଭଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ପ୍ରେମାନନ୍ଦ ମେହେର ଓ ବରିଷ୍ଠ ସମାଜସେବୀ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ କୁମାର ପଣ୍ଡା,ତରଭା ବ୍ଳକ ରକ୍ତଦାତା ସଂଘର ସଭାପତି ନିହାର ରଂଜନ ମଲ୍ଲିକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଧରୁଆନ, ଯୁଧିଷ୍ଟିର ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।