ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଧାନ ମଣ୍ଡିର ଶୁଭ ଉଦଘାଟନ

0 91

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କରିଥିବା ଏସଏଚଜି ଦ୍ୱାରା ଧାନମଣ୍ଡିର ଶୁଭ ଉଦଘାଟନ ସ୍ଥାନୀୟ ଚାଷୀମାନଙ୍କ ଉପସ୍ଥିତରେ ହୋଇ ଯାଇଛି । ନନ୍ଦାହାଣ୍ଡି ବ୍ଳକର ଧଣ୍ଡରା ପଞ୍ଚାୟତଠାରେ ବିଜୟଲଷ୍ମୀ ଏସଏଚଜି ଓ ଡଙ୍ଗରଭେଜା ପଞ୍ଚାୟତର ସରୁଗୁଡା ଠାରେ ମହାଲଷ୍ମୀ ଏସଏଚଜି ତରଫରୁ ଧାନ ମଣ୍ଡିର ଶୁଭ ଉଦଘାଟନ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ଦ୍ୱାରା ହୋଇଯାଇଛି । ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ , ଦହଣା ପଞ୍ଚାୟତର ସରପଞ୍ଚ କମଳା ପୂଜାରୀ, ଡଙ୍ଗରଭେଜା ପଞ୍ଚାୟତର ସରପଞ୍ଚ , ନନ୍ଦାହାଣ୍ଡି ସିଡିପିଓ ସୁମିତ୍ରା ଦେବୀ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ଜୋନ ୨ର ଜିଲ୍ଳା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର , ଲେମ୍ପ ଡାଇରେକ୍ଟର ବୁଲୁ ପାଢ଼ି ଅତିଥି ଭାବେ ଯୋଗ ଦେଇଥିଲେ । ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୨୦୪୦ ଟଙ୍କା ଥିବା ବେଳେ କ ଶ୍ରେଣୀ ଧା ର ମୂଲ୍ୟ ୨୦୬୦ ଟଙ୍କା ରହିଛି । ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି । ମୋବାଇଲରେ ଆସିଥିବା ଟୋକେନ ମେସେଜ ଦେଖାଇ ଚାଷୀ ଧାନ ବିକ୍ରି କରିପାରିବେ । ନନ୍ଦାହାଣ୍ଡି ବ୍ଲକର ସମସ୍ତ ଚାଷୀମାନଙ୍କ ନିମନ୍ତେ ବିଜୟଲକ୍ଷ୍ମୀ, ମହାଲକ୍ଷ୍ମୀ , ସରୋଜିନୀ , ଶ୍ରୀ ମା ଓ ଧରିତ୍ରୀ ଏସ୍‌ ଏଚ୍‌ ଜି ଏହିଭଳି ୫ ଗୋଟି ଗ୍ରୁପକୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଧାନ ମଣ୍ଡିରେ ହେଉଥିବା ବିଭିନ୍ନ ସମସ୍ୟା ନ ଉପୁଜେ ତାହା ଉପରେ ଧ୍ୟାନ ଦେବା ପାଇଁ ସ୍ଥାନୀୟ ଚାଷୀ ମାନେ କହିଥିଲେ ।

hiranchal ad1
Leave A Reply

Your email address will not be published.

1 × one =