ଆଠ ବର୍ଷ ପରେ ଫେରିଲା ପୁଅ, ଗାଁରେ ଖୁସିର ଲହରୀ

0 73

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳର ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ ବାପା ମାଆ ଫେରି ପାଇଥିବାରୁ ଆଜି ଗାଁରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି । ଗାଁର ଜଣେ ସମାଜସେବୀ ହଜିଲା ପୁଅକୁ ଧରି ଗାଁରେ ପହଞ୍ଚିଲା ପରେ ସେହି ୨ ଜଣଙ୍କୁ ଫୁଲମାଳ ପିନ୍ଧାଇ ଗାଁ ଦାଣ୍ଡରେ ସ୍ୱାଗତ କରିଥିଲେ । ହଜିଲା ପୁଅର ବାପାର କହିବା ଅନୁଯାୟୀ ୨୦୧୪ ମସିହାରେ ଜିତେନ୍ଦ୍ର ନିଜ ଗାଁ ଟଙ୍କପାଣିରୁ ଲାଠୋର ବଜାରକୁ ଯାଇ ଆଉ ଫେରି ନଥିଲେ । ପରିବାରର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ପୁଅକୁ ପାଇନଥିଲେ । ପୁଅ କେମିତି ଅଛି କ’ଣ କରୁଛି ଓ କେଉଁଠି ଅଛି ସେହି ଚିନ୍ତାରୁ ମୁକୁଳି ପାରୁନଥିଲେ ପରିବାର ଲୋକେ । ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଭୁବନେଶ୍ୱରର ସମାଜସେବୀ ସୁନୀଲ ଦାସ । ପୁନେ ସହରରେ ଏକ ବସ୍‌ଷ୍ଟାଣ୍ଡରେ ବୁଲୁଥିଲା ବେଳେ ସେହି ଯୁବକ ଓଡ଼ିଶାର ବୋଲି ଜାଣିପାରି ସେଠାରୁ ଯୁବକଙ୍କୁ ଆଣି ଭୁବନେଶ୍ୱରରେ ଥିବା ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଚିକିତ୍ସା କରି ଶେଷରେ ହଜି ଯାଇଥିବା ଜିତେନ୍ଦ୍ରଙ୍କୁ ଗାଡ଼ିରେ ନେଇ ସିଧା ଘରେ ପହଞ୍ଚାଇଥିଲେ । ପୁଅ ଫେରି ପାଇବାରୁ ଏବେ ଟଙ୍କପାଣି ଗାଁରେ ଖୁସିର ମହଲ ଦେଖାଦେଇଛି । ତେବେ ଏତେ ଦିନ ଧରି ସେ ପୁନେରେ କ’ଣ କରୁଥିଲେ ଓ କେଉଁଠି ରହୁଥିଲେ ତାହା ଜଣାପଡିନାହିଁ ।

hiranchal ad1
Leave A Reply

Your email address will not be published.

nineteen + fifteen =