ଦୁଇ ଛୁଆକୁ ଛାଡି ମା’ ଫେରାର, ପରିବାର ପକ୍ଷରୁ ଥାନାରେ ଏତଲା

0 869

ବାଲିଗୁଡ଼ା: ନିଜ ଜନ୍ମିତ ଦୁଇ ଛୁଆଙ୍କୁ ଛାଡ଼ି ଚାଲିଗଲା ମା’, ଏବେ ମା’କୁ ଝୁରୁଛନ୍ତି ଦୁଇ ଛୁଆ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସାରିଙ୍ଗିଇର୍ପି ଗାଁରୁ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ସାରିଙ୍ଗିଇର୍ପି ଗ୍ରାମର ଜଣେ ବିବାହିତ ମହିଳା ନିଜର ଦୁଇଟି ସନ୍ତାନ,ବିଧବା ଶାଶୁ ଏବଂ ସ୍ୱାମୀକୁ ଛାଡ଼ି କୁଆଡେ ଚାଲିଯାଇଥିବା ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି । ସାରିଙ୍ଗିଇର୍ପି ଗ୍ରାମର ଅମୀନ ପ୍ରଧାନଙ୍କ ପୁଅ ରାଉତ ପ୍ରଧାନ ଦଶ ବର୍ଷ ପୂର୍ବରୁ ବାଡ଼ାପାଙ୍ଗା ଗ୍ରାମର ପୁର୍ଣ୍ଣ ନାୟକଙ୍କ ଝିଅ ରାନୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବେଶ ହସଖୁସିରେ ଚାଲିଥିଲା ସଂସାର । ବିବାହର ଚାରି ବର୍ଷ ପରେ ରାନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରିବାରରେ ଖୁସିରେ ଲହରୀ ଖେଳି ଯାଇଥିଲା ନିଜର କନ୍ୟା ସନ୍ତାନ, ସ୍ୱାମୀ,ବିଧବା ଶାଶୁ ଗୋଟିଏ ପରିବାର ହୋଇ ଖୁସିରେ ଚଳୁଥିଲେ ହେଲେ କିଛି ଦିନ ପରେ ଶାଶୁ ବୋହୂଙ୍କ ଭିତରେ ଆପସ ବୁଝାମଣା ଅଭାବରୁ ଗୋଟିଏ ଘର ଦୁଇଭାଗ ହୋଇଥିଲା ଏବଂ ସେହି ଘରେ ପାଚେରୀ ଉଠିଥିଲା । ବିଧବା ଶାଶୁ ଅଲଗା ରୋଷେଇ କରି ଖାଉଥିବା ବେଳେ ରାନୀ ଓ ତାଙ୍କ ସ୍ୱାମୀ ରାଉତ ଅଲଗା ରୋଷେଇ କରି ଖାଉଥିଲେ । କିଛି ବର୍ଷ ପରେ ଅର୍ଥାତ ବିବାହର ସାତ ବର୍ଷ ପରେ ରାନୀ ପୁଣି ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିବାପରେ ପୁଣି ସେହି ପରିବାରରେ ଶାଶୁ ବୋହୂ ଏକତ୍ରୀତ ହୋଇଥିଲେ । ନାତି ନାତୁଣୀଙ୍କୁ ଜେଜମା ପାଖରେ ରଖି ଯତ୍ନ ବି ନେଉଥିଲେ ହେଲେ ଜଣଙ୍କ ରୋଜଗାରରେ ପାଞ୍ଚପ୍ରାଣୀ ଚଳିବାରେ ଅସୁବିଧା ହୋଇଥିଲା । ଯାହାଫଳରେ ରାଉତ ଦାଦନ ଖଟିବାକୁ ନିଜର ଦୁଇ ସନ୍ତାନ, ସ୍ତ୍ରୀ,ବିଧାମା ମା କୁ ଘରେ ଛାଡି କେରଳ ଚାଲିଯାଇଥିଲେ ଅଧିକ ରୋଜଗାର କରିବା ପାଇଁ । କେରଳରେ ରହି ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ନିଜର ଖର୍ଚ୍ଚ ରଖି ବଳକା ଟଙ୍କାକୁ ନିଜ ସ୍ତ୍ରୀ ରାନୀଙ୍କ ପାଖକୁ ପଠାନ୍ତି । ସେହି ଅର୍ଥରେ ରାନୀ ନିଜର ଦୁଇ ଛୁଆଙ୍କ ସମେତ ଶାଶୁଙ୍କ ଦାୟିତ୍ୱ ମଧ୍ୟ ନିଅନ୍ତି । କେରଳରେ ତିନି ବର୍ଷ ରହିଲା ଭିତରେ ଯାହା ରୋଜଗାର କରିଥିଲେ ରାଉତ ସମସ୍ତ ଟଙ୍କା ରାନୀଙ୍କ ଦେଉଥିଲେ ହେଲେ ହଠାତ ଅଗଷ୍ଟ ୧୦ ତାରିଖ ଦିନ ରାନୀ ନିଜର ଛଅ ବର୍ଷର ଝିଅ ରଶ୍ମି ପ୍ରଧାନ ଏବଂ ତିନି ବର୍ଷର ପୁଅ ଆସୁ ପ୍ରଧାନଙ୍କୁ ଛାଡ଼ି କୁଆଡେ ଚାଲି ଯାଇଥିବା ଜଣାପଡ଼ିଛି । ଏହି ଖବର ସ୍ୱାମୀ ରାଉତ ଶୁଣିବା ପରେ କେରଳରୁ ନିଜ ଗାଁ ସାରିଙ୍ଗିଇର୍ପିକୁ ଫେରିବା ପରେ ରାଉତ ନିଜ ଶଶୁର ଘର ବାଡ଼ାପାଙ୍ଗା ଯାଇ ରାନୀଙ୍କୁ ଖୋଜିଥିଲେ ହେଲେ, ରାନୀ ଅଗଷ୍ଟ ୧୦ ତାରିଖ ଦିନ ଆସି ତାପର ଦିନ ସକାଳୁ ଚାଲି ଯାଇଥିବା କହିଥିଲେ ରାଉତଙ୍କ ଶଶୁର । ହେଲେ ରାନୀ ଗଲେ କୁଆଡେ ? ଏପଟେ ରାନୀଙ୍କ ମୋବାଇଲ ସୁଇଜ୍‌ ଅଫ୍‌ ଆସୁଥିବା ବେଳେ ବହୁ ଖୋଜାଖୋଜି ପରେ ରାନୀଙ୍କ କୌଣସି ଖବର ନପାଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଦୁଇ ଶିଶୁ ନିଜ ମାର ଫେରିବା ବାଟକୁ ଚାହିଁ ବସିଛନ୍ତି । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

eleven − 5 =