ଖଣ୍ଡା ଧୂଆ ବେଳେ ନିଶାନ ବାଦକଙ୍କ ମୃତ୍ୟୁ

0 272

ପାଟଣାଗଡ : ଖଣ୍ଡାଧୂଆ ବେଳେ ନିଶାନବାଦକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଣାଗଡ଼ ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ଗତକାଲି ରାତିରେ ପଞ୍ଚବାଦ୍ୟ ସହ ଶୋଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନବାଦକ କୁଶ କାଲସାଏଙ୍କ ମୃତ୍ୟୁ ହୋଇଯାଇଛି । ସେ ବାଦ୍ୟ ବଜାଉଥିବା ଅବସ୍ଥାରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନକଟାସହର ଗ୍ରାମରେ ରହୁଥିବା କୁଶଙ୍କ ପୁଅ ବନମାଳୀ କାଲସାଏ ଏହି ଦାରୁଣ ଖବର ପାଇ ବିଳମ୍ବିତ ରାତିରେ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । ତାଙ୍କ ପିତା ଦେବକାର୍ଯ୍ୟରେ ନିୟୋଜିତ ଥିବା ବେଳେ ମୃତ୍ୟୁବରଣ କରିଥିବା ବେଳେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ କରିଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗର କେହି ଅଧିକାରୀ କି କର୍ମଚାରୀ ଡାକ୍ତରଖାନାକୁ ନ ଆସିବାରୁ ଶବ ବ୍ୟବଚ୍ଛେଦ ହୋଇ ନପାରି ଡାକ୍ତରଖାନାରେ ପଡ଼ି ରହିଥିଲା । ଶେଷରେ ଦେବୋତ୍ତର କିରାଣୀ ଦିଲ୍ଲୀପ ବଗର୍ତ୍ତି ଆସି ଶବକୁ ଗାଁକୁ ନେବା ପାଇଁ ଗାଡ଼ି ବନ୍ଦୋବସ୍ତ କରିବା ସହ କୁଶଙ୍କ ପଅଙ୍କୁ ୧ ହଜାର ଟଙ୍କା ଶବଦାହ ପାଇଁ ପ୍ରଦାନ କରିଥିଲେ । ଆର୍ଥିକ ସହାୟତା ବନ୍ଦୋବସ୍ତ କରାଯିବ ବୋଲି ସେ ପ୍ରତିଶୃତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

hiranchal ad1
Leave A Reply

Your email address will not be published.

fourteen − five =