ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ ପାଗ ଖରାପ ରହୁଥିବାରୁ ସମସ୍ତ ଜନସାଧାରଣ ସଫା ସୁତୁରା ରହିବା ସହ ଜଙ୍ଗଲି ଛତୁ ନ ଖାଇବା, ଖୋଲା ପଡ଼ିଆରେ ମଳ ତ୍ୟାଗ ନ କରିବା ସହ ଝରଣା, ନଦୀ, ପୋଖରୀ ଆଦି ଦୂଷିତ ଜଳ ବ୍ୟବହାର ନ କରିବା ବାସୀ ଖାଦ୍ୟ ନ ଖାଇବାକୁ ଅନୁରୋଧ କରିଛନ୍ତି । ପଡୋଶୀ ଜିଲ୍ଲା ମାନଙ୍କରେ ଡାଇରିଆ, କଲେରା ଭଳି ମାରାତ୍ମକ ରୋଗ ବ୍ୟାପୁଥିବା ଯୋଗୁଁ ଏବଂ କୋରୋନାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ସର୍ବଦା ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାକୁ ଅନୁରୋଧ ସହ ଆଗୁଆ ଭାବରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା କହିଛନ୍ତି । ଏଥିରେ ଅଙ୍ଗନବାଡି କର୍ମୀ ଏସ୍ ଭାରତୀ ପାତ୍ର, ଟୁନୀ ହରିଜନ ଓ ଆଶା କର୍ମୀ ପ୍ରମିଳା ଗୈଡ, ମାଧୁରୀ ହରିଜନ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଓ ଘରକୁ ଘର ବୁଲି ସଚେତନ କରିଛନ୍ତି ଏବଂ ଓଆର୍ଏସ୍ ପୁଡିଆ ବାଣ୍ଟିବା ସହିତ ଫୁଟା ପାଣି, ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ।