ଖପ୍ରାଖୋଲରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ୍‌ : ନାଚଗୀତରେ ଝୁମିଲେ ଦର୍ଶକ

0 60

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ସଦର ମହକୁମାଠାରେ ଦ୍ୱିତୀୟ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆୟୋଜକ କମିଟି ଓ ଗ୍ରାମବାସୀଙ୍କ ଦ୍ୱାରା ଇଷ୍ଟଦେବୀ ମାଁ ଡୁମେରତଲିଏନଙ୍କ ଠାରେ ପୂଜାପାଠ ସହ ମଶାଲ ଶୋଭାଯାତ୍ରାରେ କଂସ ଦରବାର ମଞ୍ଚରେ ପହଞ୍ଚି ପୂଜା କରି ନଡ଼ିଆ ଭାଙ୍ଗିଥିଲେ । ଏହି ଅବସରରେ ଆୟୋଜକ କମିଟି ସଭାପତି ବିନୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥି ରୂପେ ପାଟଣାଗଡ ଉପ-ଜିଲ୍ଲାପାଳ ଡ଼ା.ବିଜୟା ନନ୍ଦ ସେଠୀ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ସରପଞ୍ଚ ବେଟିଖାଇ ସେନ୍ଦ୍ରୀଆ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ଉଦଘାଟନୀ ଉତ୍ସବକୁ ଅଧ୍ୟାପକ ବଳଭଦ୍ର ଦାଶ ପରିଚାଳନା କରିଥିଲେ ।

hiring

କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପରେ କଂସ ଦରବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସଭାପତି ବିନୟ ପଣ୍ଡା, ଉପ-ସଭାପତି ଡୋଲାମଣି ଷାଣ୍ଢ, ରଞ୍ଜନ ସାହୁ, ଅରଖିତ ସାହୁ, ଆଶିଷ ଭୋଇ, ସନ୍ତୋଷ ପଧାନ, ବାଦଲ ଦଣ୍ଡସେନା, ରାମପ୍ରସାଦ ସାହୁ, ପଦ୍ମନାଭ ପଧାନ, ବିନୋଦ ସାହୁ, ସତ୍ୟ ବାଗ, ଉଧବ ମେହେର, ଦିଲୀପ ଗଡ଼ତ୍ୟା, ମନୋଜ ଦଣ୍ଡସେନା, ରୋହିତ ଶଗଡ଼ିଆ, ତେଜରାଜ ଦଣ୍ଡସେନା(ମାଁ ଡୁମେରତଲେନ ଟେଣ୍ଟହାଉସ ମେନେଜର), ହରିବୋଳ ଦାସ, ରାଜୁ ବାରିକ, ଅନିଲ ସାହୁ, ସୁଶାନ୍ତ ପଧାନ, ଲଷ୍ମୀକାନ୍ତ ଦଣ୍ଡସେନା ଓ ଠଣ ସୁନ୍ଦର ସାହୁ ପ୍ରମୁଖ ମାଁ ଡୁମେରତଲେନ ଯୁବକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine + 6 =