ଫୁଲବାଣୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

0 49

ଫୁଲବାଣୀ : ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହାର ପ୍ରଚାର ଅବସରରେ ପୂର୍ବଦିନ ଶଙ୍କରାଖୋଲ ବଜାରକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସଫେଇ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମଟି ଏକ ଜନ ସଚେତନତା ପଦଯାତ୍ରାରୁ ଆରମ୍ଭ ହୋଇଥିଲା । ଶ୍ରୀମତୀ ଜାନକୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଅନୀଲ କୁମାର ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚକାପାଦ ବ୍ଲକ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅଟିଥି ଭାବରେ ଶ୍ରୀମତୀ ପ୍ରତିମା ପ୍ରଧାନ, ସିଡ଼ିପିଓ, ଚକାପାଦ ବ୍ଲକ, ବସନ୍ତ କୁମାର ରଥ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍କରାଖୋଲ ପ୍ରମୁଖ ଯୋଗଦେଇଥିଲେ । ରାଜ ପ୍ରସାଦ ନାୟକ, ଜିଲ୍ଲା ପରିମଳ ପରାମର୍ଶଦାତା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱଚ୍ଛ ଭାରତ ୨.୦ ର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ । ସତ୍ୟ ନାରାୟଣ ନନ୍ଦ,କ୍ଷେତ୍ରୀୟ ପ୍ରଚାର ସହାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଆଞ୍ଚଳିକ ସଂଚାର ବ୍ୟୁରୋ, ଭୁବନେଶ୍ୱର ତରଫରୁ ବିମଲ କୁମାର ବିଶ୍ୱାଳ ମ୍ୟାଜିକ ପ୍ରଦର୍ଶନ କରିଥିଲେ । ପରିଶେଷରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କୁମାରୀ ସତବନ୍ତି ଦିଗାଲ, ସ୍ଥାନୀୟ ସମାଜସେବୀ ଏଥିରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 15 =