ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଚନ୍ଦନ କାଠ ଲୋପ ପାଇଥିବା ବେଳେ ମାଫିଆ ମାନେ ଚନ୍ଦନ କାଠ ଉପରେ ଲଲୁପ ଦୃଷ୍ଟି ପକେଇ ବିଭିନ୍ନ ଜଙ୍ଗଲ ଉପରେ ଥିବା ମୂଲ୍ୟବାନ କାଠ ଉପରେ ନଜର ପକେଇ ଥିବା ଦେଖିବାକୁ ମିଳିଛି । ଏହିପରି ଭାବରେ ମୂଲ୍ୟବାନ କାଠ ନଷ୍ଟ କରି ରାତାରାତି ମାଲାମାଲ ହେବା ପାଇ ଚିନ୍ତା କରିଥିବା ଖୁପିଆ କାଠ ମାଫିଆ ଆଜି ଧରା ପଡିଛି । ବହୁ ଦିନ ଧରି ଚାଲିଥିବା ଏହି ମୂଲ୍ୟବାନ କାଠ ବେପାରୀଙ୍କୁ ଆଜି ଘୁ ଉଦୟଗିରି ବନ ବିଭାଗ ପକ୍ଷରୁ ଚଢାଉ କରି ସଫଳତା ପାଇଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଘୁ ଉଦୟଗିରି ବନ ଅଧିକାରିଣୀ ମିନାକ୍ଷୀ କୁମୁରାଙ୍କ ନିର୍ଦ୍ଦେଶ କ୍ରମେ ପ୍ରସେଷ୍ଟର ପ୍ରବୀଣ ଦାସ ଓ ଫରେଷ୍ଟର ମନୋଜ ଝା, ବନରକ୍ଷୀ ପ୍ରତାପ ବେହେରା, ପାରା ଷ୍ଟାଫ ସନ୍ତୋଷ ଚୌଧୁରୀ ଏବଂ ରାଜେଶ୍ ଦିଗାଲଙ୍କ ମିଳିତ ନେତୃତ୍ୱରେ ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ବାଇବାଲୀ ଗ୍ରାମର ରାକେଶ୍ ନାୟକ (୪୩)ନାମକ ବ୍ୟକ୍ତିଙ୍କ ବାରିପଟେ ଚଢାଉ କରି ୧୧.୫ କିଲୋଗ୍ରାମ ଚନ୍ଦନ କାଠ ଜବତ କରି ରାକେଶ ନାୟକଙ୍କୁ ଗିରଫ କରି କେସ ନାମରେ ୬୬/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।