ଆଠ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀ ମାନଙ୍କ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0 113

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଠାରେ ଭାରତୀୟ ମଜଦୂର ସଙ୍ଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାକର୍ସ ଆସୋସିଏସନ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଶାଖା ପକ୍ଷରୁ ୮ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆନ୍ଦୋଳନରେ ବ୍ଳକର ୩୦୦ ରୁ ଉର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ଉପସ୍ଥିତ ଥିଲେ । ୮ ଦଫା ଦାବି ଗୁଡିକ ହେଲା ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ଭାବେ ମାନ୍ୟତା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି, ଏପିଏଫ ଓ ଇଏସଆଇସି ଲାଗୁ,ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି, ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମୀ ଭାବେ ପଦନ୍ନତି, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ,ଅବସର କାଳୀନ ସହାୟତା ରାଶି ପ୍ରଦାନ, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା କରାଯିବା, ପୋଷଣ, ଟ୍ରାକର, ମାତୃ ମଙ୍ଗଳ, ମମତା ଦିବସ ଓ ଗାଁ କଲ୍ୟାଣ ଆଦି ଯୋଜନାରୁ ସେମାନଙ୍କୁ ବିରତି ଦେବାକୁ ଦାବି ରଖିଛନ୍ତି । ଏହି ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରହିବ ବୋଲି ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଙ୍ଗନବାଡି ସଭାପତି ଶୁଭ ଦେବୀ, ସମ୍ପାଦିକା ସଂଯୁକ୍ତା ପଲେଇ, ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ପଣ୍ଡା କୋଷାଧ୍ୟକ୍ଷ ପ୍ରମୁଖଙ୍କ ସହ ମିନି ଅଙ୍ଗନବାଡି କର୍ମୀ ହେଲପର ଉପସ୍ଥିତ ରହି ଥିଲେ ।

hiranchal ad1
Leave A Reply

Your email address will not be published.

14 + 10 =