ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

0 277

ଗଣିଆ : ଗଣିଆ ଥାନା ଅର୍ନ୍ତଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଅବସରପ୍ରାପ୍ତ  ଶିକ୍ଷକ   ଶତୃଘନ ମହାରଣାଙ୍କ  କନିଷ୍ଠ ପୁତ୍ର  ଅଜିତ ମହାରଣା  । ସେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଭୁବନେଶ୍ଵର ହଂସପାଳ ନିକଟରେ ତାଙ୍କୁ ପଛରୁ ଏକ ଗାଡି ଧକ୍କା ଦେଇଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁୁ ମୃତ ଘୋଷଣା କରିଥିଲେ । ତାଙ୍କ ମର ଶରୀର ପୂର୍ଣ୍ଣଚନ୍ଦ୍ରପୁର ଠାରେ ଆଜି ଅପରାହ୍ନରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ମଶାଣିରେ ଶବଦାହ କରାଯାଇଥିଲା । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ ଯୁବକ ଭାବେ ଜଣାଶୁଣା ଥିଲେ । ତାଙ୍କ ସହପାଠୀ ମାନେ ତାଙ୍କ ମରଶରୀର ପାଖରେ ପହଞ୍ଚି ଶେଷ ଦର୍ଶନ ଲାଭ କରିଥିଲେ । ଏଭଳି ଅକାଳ ମୃତ୍ୟୁରେ ସ୍ତବ୍ଧ ପାଲଟିଯାଇଛି ପୁରା ପରିବାର ଓ ପୁର୍ଣ୍ଣଚନ୍ଦ୍ରପୁର  ଗାଁ  । ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କୁ  ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 − fourteen =