ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି ଓ ଛୁରା ମାଡ ଘଟଣାରେ ୨ ଗିରଫ

0 73

ପୁରୀ : ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ପୁରୀ ଜିଆରପି ଓ ଆରପିଏଫ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ବୋଲୋଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ ବଢେଇ । ଏମାନଙ୍କ ଠାରୁ ଏକ ସୁନାଚେନ୍‌, ୧୦ ଟି ମୋବାଇଲ ଫୋନ, ଏକ ରକ୍ତ ଲଗା ଛୁରୀ ଜବତ କରାଯାଇଛି । ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପାଟସପୁର ଅଞ୍ଚଳରୁ ମାଣିକ ବେରା ତାଙ୍କ ପରିବାର ସହ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଆସୁଥିଲେ । ତେବେ ସେହିଦିନ ଅପରାହ୍ନ ଚାରିଟା ସମୟରେ ଏହି ଦୁଇ ଅଭିଯୁକ୍ତ ତାଙ୍କ ଠାରୁ ସୁନା ଚେନ, ମୋବାଇଲ ଫୋନ ଓ ଭ୍ୟାନିଟି ଛଡାଇ ନେଇଥିଲେ । ଏହାକୁ ବିଶ୍ୱଜିତ ଅଦକ୍‌ ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ରାକେଶ ଓ ବିକାଶ ତାଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣାଟି ପୁରୀ ଏନସିସି ଗେଟ ନିକଟରେ ଗତ ୧୦ ତାରିଖରେ ଘଟିଥିଲା । ବିଶ୍ୱଜିତଙ୍କ ଅଭିଯୋଗ ଆଧାରରେ ଜିଆରପି ଓ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 + eight =