ସମ୍ବଲପୁର ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0 103

ସମ୍ବଲପୁର: ଆଜି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ସମ୍ବଲପୁର ପ୍ରେସ କ୍ଲବ ସଭାକକ୍ଷରେ ଏକ ସଭା ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପୂର୍ବତନ ସଭ୍ୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ । ସେ କହିଲେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆମ ଦେଶ ଭାରତର ସ୍ଥିତି ସବୁଠାରୁ ଭଲ ରହିଛି ଓ ସବୁଠାରୁ ଧନୀ ରାଷ୍ଟ୍ର ରୂପେ ପରିଗଣିତ ଆମେରିକା ଠାରୁ ମଧ୍ୟ ଆମେ ଭଲ ଭାବରେ ରହୁଛୁ । ଆମେରିକାରେ ଯୁବସମାଜ ର ଅଧିକାଂଶ ସେଠାକାର ବିଭିନ୍ନ ଚାପ ଯୋଗୁଁ ମାନସିକ ରୋଗୀ ଓ ଅବସାଦ ଗ୍ରସ୍ତ ରହୁଛନ୍ତି କିନ୍ତୁ ସେଠାରୁ କୋଡ଼ିଏ ଗୁଣ ଅଧିକ ସଂଖ୍ୟକ ଥାଇ ସୁଦ୍ଧା ଭାରତରେ ଯୁବସମାଜର ସେପରି କିଛି ସମସ୍ୟା ନାହିଁ । ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ଭାରତ ଅପେକ୍ଷାକୃତ ବିକଶିତ ହୋଇ ସୁଦ୍ଧା ସରକାରଙ୍କ ଭୁଲ ପରିଚାଳନା ଯୋଗୁଁ କିଛି କ୍ଷେତ୍ରରେ ଆମର ସମସ୍ୟା ଲାଗି ରହିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯେପରି ଦୃଷ୍ଟି ଦିଆଯିବା କଥା ତାହା ହୋଇପାରିନାହିଁ । ସିଦ୍ଧାନ୍ତ ଅନୁସାରେ ଆମର ସମ୍ପୂର୍ଣ୍ଣ ବଜେଟର ୬ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେବା ଉଚିତ କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ସୁଦ୍ଧା ଆମେ ସେହି ସ୍ଥିତିକୁ ପହଞ୍ଚି ପାରିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଆଜିକାର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ସାମିଲ ହୋଇ ପ୍ରେସ ଓ ପ୍ରଶାସନ ମଧ୍ୟରେ ରହିଥିବା ମଧୁର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । କ୍ଲକ ସଭାପତି ବିକ୍ରମ ପ୍ରଧାନ ଓ ସମ୍ପାଦକ ଭବାନୀଶ ଭୋଇ ମଞ୍ଚାସୀନ ରହି ସଭା ପରିଚାଳନା କରିଥିଲେ ଓ ପରିଶେଷରେ ପ୍ରମୋଦ ବହିଦାର ଧନ୍ୟବାଦ ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 6 =