ବନ୍ଧଛକଠାରେ ଧୁମ୍‌ଧାମରେ ଚାଲିଛି କାଳୀପୂଜା

0 62

ଘୁ ଉଦୟଗିରି: ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଭିତରେ ଫିକା ପଡିଥିବା କାଳୀପୂଜା ଚଳିତ ବର୍ଷ ସ୍ଥାନୀୟ ସହରରେ ଖୁବ ଧୁମଧାମରେ ପାଳିତ ହୋଇଛି । ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ଆଲୋକମାଳା, ସୁଉଚ୍ଚ ସୁନ୍ଦର ତୋରଣ ସହ ସୁସଜ୍ଜିତ ପୂଜା ମଣ୍ଡପରେ ମାଁ କାଳୀଙ୍କ ପାଦତଳେ ମହାଦେବ ଶିବଶଙ୍କର ଅଲୌକିକ ମୃଣ୍ମୟ ପ୍ରତିମା ଦେଖିଲା ପରେ ଲୋକଙ୍କ ମନରେ ଆଧ୍ୟାତ୍ମିକତାର ଭାବନାକୁ ଜାଗୃତ କରୁଛି । ପୂଜା କାର୍ଯ୍ୟରେ ପ୍ରତାପ କୁମାର ପଣ୍ଡା କର୍ତ୍ତା ରୂପେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସହକର୍ତ୍ତା ଭାବେ ପ୍ରଶ୍ନ କୁମାର ସାହୁ ସହଯୋଗ କରିଥିଲେ । ପୂଜା କମିଟି ସଭାପତି ଅଜିତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ୨୩ ତାରିଖଠାରୁ ପୁରୀରୁ ଆସିଥିବା ଚଣ୍ଡୀ ପାଠକ ପୁରୋହିତ ବିକ୍ରମ ଦୀକ୍ଷିତ ଓ ତାଙ୍କ ୫ ଜଣ ସହଯୋଗୀଙ୍କ ଦ୍ୱାରା ମାଁ ଶ୍ୟାମାକାଳୀଙ୍କ ପୂଜା ରୀତିନୀତି ଅନୁସାରେ ବିଲ୍ୱବରଣ, ଗଙ୍ଗା ବରଣ ସହ ସ୍ଥାନୀୟ ମାଁ ରୁଦ୍ର କାଳୀଙ୍କ ନିକଟରୁ ଆଜ୍ଞା ମାଳ ଅଣାଯିବା ସହ ମାଁ ଙ୍କ ଆବାହନ କରାଯାଇ ୨୪ ତାରିଖ ଠାରୁ ହୋମ ଯଜ୍ଞ ସହ ପୂଜା ଆରମ୍ଭ ହୋଇଯାଇଛି । ୨୫ ତାରିଖ ଗ୍ରହଣ ଯୋଗୁଁ ସମସ୍ତ ପୂଜା ରୀତିନୀତି ବନ୍ଦ ରହିଥିବା ବେଳେ ଗ୍ରହଣ ସମୟ ସମାପ୍ତ ପରେ ପୁନଃ ମାଁଙ୍କ ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯିବ । ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୯ ତାରିଖରେ ନୃତ୍ୟ ପ୍ରତିଯୋଗିତା, ୩୦ ତାରିଖରେ ଦୁଆରୀ ନାଚ, ଏବଂ ୩୧ ତାରିଖରେ ମେଲୋଡୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ନେଇ ସୂଚନା ଦେଇଛନ୍ତି କମିଟି ସଭାପତି । ପୂଜା ଆୟୋଜନରେ କମିଟି ଉପ ସଭାପତି ମୁନା ପାଣିଗ୍ରାହୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ସହଯୋଗୀ ସଦସ୍ୟ ଶ୍ରୀନାରାୟଣ ପାତ୍ର, ଦିବାକର ସାହୁ ଓ ଅନ୍ୟମାନେ ସହଯୋଗ କରୁଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five × one =