ସମସ୍ୟାରେ ଜର୍ଜରିତ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ସମ୍ମାନ କାହିଁକି : ସମ୍ବଲପୁର ଭାଜପା ଯୁବ ମୋର୍ଚ୍ଚା

0 74

ସମ୍ବଲପୁର : ଓଡ଼ିଶାର ଚାରିଆଡେ ଅସମାହିତ ସମସ୍ୟାର ଗନ୍ତାଘର ସତ୍ତେ୍ୱ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗତଦିନରେ ଦିଆଯାଇଥିବା ଆଜୀବନ ସମ୍ମାନର ଯଥାର୍ଥତା ଉପରେ ଭାରତୀୟ ଜନତା ପାର୍ଟି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସ୍ତରରେ ଉତ୍ଥାପିତ ୨୨ ବର୍ଷର ଶାସନ ବନାମ ୨୨ଟି ପ୍ରଶ୍ନ ବ୍ୟତୀତ ସ୍ଥାନୀୟ ସ୍ତରରେ ମଧ୍ୟ ଅନେକ ପ୍ରଶ୍ନ ରହିଛି, ଯାହାର ଉତ୍ତର ରଖିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ଏଥିରେ ବିପୁଳ କଳକାରଖାନା ସ୍ଥାପନ ସତ୍ତେ୍ୱ ସ୍ଥାନୀୟ ଯୁବକଙ୍କୁ ସେଠାରେ ନିଯୁକ୍ତି କାହିଁକି ମିଳୁନାହିଁ । ଏହା ବ୍ୟତୀତ ସେମାନଙ୍କ ଠାରୁ ମିଳୁଥିବା ବାୟୁ ଓ ଜଳ ପ୍ରଦୂଷଣର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କିଛି କରୁ ନାହାନ୍ତି କାହିଁକି ଓ ସ୍ଥାନୀୟ ଜନସାଧାରଣ ପାଇଁ ଧୂଳି ଓ ଧୂଆଁ ଛଡ଼ା ଆଉ କିଛି ନାହିଁ କି ? ସମ୍ବଲପୁର ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ ଓ କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ବିଷୟ ଉପସ୍ଥାପନ କରିଥିଲେ ଓ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଯୁବ ମୋର୍ଚ୍ଚା ଆଇନ୍‌ ପ୍ରକୋଷ୍ଠର ଜିଲ୍ଳା ସଂଯୋଜକ ଦିନେଶ ସାହୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉତ୍ତମ ବିଶ୍ୱାଳ ଓ ଯୁବ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ କାହ୍ନୁରାମ ଶର୍ମା ମଞ୍ଚାସୀନ ରହିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 12 =