ଶିକ୍ଷୟତ୍ରୀଙ୍କ ବାରିରେ ଫୁଟିଲା ବ୍ରହ୍ମକମଳ

0 186

ଫୁଲବାଣୀ: ବ୍ରହ୍ମକମଳ ଫୁଲ ଫୁଟିବା ଆଗକୁ ଏକ ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ସବୁ ପରିବେଶରେ ଏ ଫୁଲ ଫୁଟିପାରିନଥାଏ । କେହି କେହି କହନ୍ତି ଭାଗ୍ୟ ପରିବର୍ତ୍ତନ ହେବାର ସୁଯୋଗ ଆସିଲେ ଏହିପରି ବ୍ରହ୍ମକମଳ ଫୁଟିବା, ଶ୍ୱେତା ଅପରାଜିତା, ତୁଳସୀ ଗଛ ଆପେ ଆପେ ଉଠିବା ଏପରି କିଛି ଶୁଭ ସଙ୍କେତ ମିଳିଥାଏ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅନିତା ପଟ୍ଟନାୟକଙ୍କ ଘର ବଗିଚାରେ ଗୁରୁବାର ବ୍ରହ୍ମକମଳ ଫୁଲ ଫୁଟିଛି । ଗୁରୁବାର ଥିବାରୁ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଦୁଇଟା ଫୁଟିଥିବାରୁ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ । ଉକ୍ତ ଫୁଲକୁ ଦୀପ ଓ ଧୂପ, ଭୋଗ ସହ ମହା ପ୍ରଭୁ ଜଗନାଥଙ୍କୁ ସମର୍ପଣ କରି ଆଶିଷ ଲାଭ କରି ଥିଲେ । ସୂଚନା ଯୋଗ୍ୟଯେ, ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ସାହି ଲୋକ ସାଙ୍ଗସାଥି ଦେଖିବା ଲାଗି ଘରକୁ ଯାଇଥିବା ସେ କହିଛନ୍ତି । ସେହିପରି ସହରରେ ଅନେକ ବ୍ୟକ୍ତିଙ୍କ ଘରେ ବ୍ରହ୍ମକମଳ ଫୁଲ ଫୁଟିବା ଫଳରେ ସମସ୍ତେ ଜଗନାଥଙ୍କୁ ସମର୍ପଣ କରିବା ପାଇଁ ଜଗନାଥ ମନ୍ଦିରକୁ ଯାଇଥିଲେ । ବିଶେଷ କରି ଗୁରୁବାର ଏହି ଦୁର୍ଲଭ ଫୁଲ ଫୁଟିବା ଖୁସି ଓ ଆନନ୍ଦ ସହ ଶୁଭଫଳ ମିଳିବ ବୋଲି ଶିକ୍ଷୟତ୍ରୀ ପଟ୍ଟନାୟକ କହିଥିଲେ । ଫଳରେ ରାତିରେ ମନ୍ଦିରରେ ଫୁଲ ସମର୍ପଣ ସାଙ୍ଗକୁ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡମଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

16 − 6 =