ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ

0 60

ପୁରୀ : ପବିତ୍ର ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ ହୋଇଛ଼ି । ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡରେ ହଜାର ହଜାର ଦୀପ ପ୍ରଜ୍ୱଳିତ ହୋଇଥିଲା । ଓଡ଼ିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି । ବଡ ଦାଣ୍ଡରେ ଥିବା ପ୍ରତ୍ୟେକ ଘରେ ଘରେ, ସବୁ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ଦୀପ ପ୍ରଜ୍ୱଳିତ ହୋଇଛ଼ି । ଦେବ ଦୀପାବଳି ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଂକ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଏହି ଅବସରରେ ଜଗତର କଲ୍ୟାଣ ସହ ଓଡ଼ିଶାର ଉନ୍ନତି ପାଇଁ ଏହି ଦୀପ ଦାନ କରାଯାଇଛି । ୨୦୨୦ ରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ହୋଇଥିଲା । ତେବେ ବିଶ୍ୱରୁ କୋଭିଡ ମହାମାରୀ ବିଲୋପ ଉଦ୍ଦେଶ୍ୟରେ ୨୦୨୧ରେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏହି ନିଆରା ଦୀପ ଦାନ କାର୍ଯ୍ୟକ୍ରମ କରାଯାଇ ଥିଲା । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ପ୍ରାର୍ଥନା ଯୋଗୁ ଭାରତରୁ କୋଭିଡ ମହାମାରୀ ଦୂରେଇ ଯାଇଛ଼ି । ଏଣୁ ଜଗତର କଲ୍ୟାଣ ପାଇଁ ଏହି ବିଶାଳ ଦୀପ ଦାନ କାର୍ଯ୍ୟକ୍ରମ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen + fourteen =