ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ରାଜରାସ୍ତାରେ ଅଙ୍ଗନୱାଡ଼ି କର୍ମୀ

0 65

ନନ୍ଦାହାଣ୍ଡି : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଆସନ୍ତା ୨୭ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶା ସରକାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତ ୨୬ ତାରିଖ ଦିନ ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର୍‌ ଅଙ୍ଗନୱାଡ଼ି କର୍ମୀ ଏକତ୍ରିତ ହୋଇ ଟ୍ରାଫିକ ଛକଠାରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଘେରାଉ କରିଥିଲେ । ୨୭ ତାରିଖଠାରୁ ପ୍ରତ୍ୟେକ ବ୍ଲକ ଗୋଟିଏ ଦିନ ଲେଖାଏଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ଯାଏ ଅନିର୍ଦ୍ଧିଷ୍ଟକାଳ ପ୍ରତୀକ ଧାରଣା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ସେହି ପରିପ୍ରେକ୍ଷୀରେ ଆଜି ନନ୍ଦାହାଣ୍ଡି ବ୍ଲକର ୧୧ଗୋଟି ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀମାନେ ଆଜି ଧାରଣା ଦେଇଥିଲେ । ସେମାନଙ୍କ ମୁଖ୍ୟ ୮ ଗୋଟି ଦାବି ସରକାର ପୂରଣ ନ କରିବା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଦୀର୍ଘ ଦିନରୁ ଅଙ୍ଗନୱାଡ଼ି କର୍ମୀମାନେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଉନାହିଁ, ଫଳରେ ଶିଶୁମାନଙ୍କ ଖାଇବା ପଢିବା ସବୁ ଠପ ହୋଇଯାଇଛି । ତେବେ କର୍ମୀ ମାନଙ୍କ ଆନ୍ଦୋଳନ କେତେ ମାତ୍ରାରେ ଫଳପ୍ରଦ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

three + four =