ହରଭଙ୍ଗା ବ୍ଲକରେ ସାମାଜିକ ସହାୟତା ଜନଶୁଣାଣି ଶିବିର

0 172

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସହାୟତା ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମନରେଗା, ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦସ ଅର୍ଥ କମିଶନର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିରରେ ବୌଦ୍ଧ ପିଡି ରବିନାରାୟଣ ତ୍ରିପାଠୀଙ୍କ ଉପସ୍ଥିତରେ ମନରେଗା ୨୦୨୩/୨୪ଆର୍ଥିକ ବର୍ଷର ୨୨ପଞ୍ଚାୟତର ୧୨୧ପ୍ରକଳ୍ପର ଶୁଣାଣି ହୋଇଥିବା ବେଳେ ପଞ୍ଚଦଶ ଅର୍ଥ କମିସନ ୨୦୨୩/୨୪ ବର୍ଷର ୯ଟି ପଞ୍ଚାୟତର ୪୨ଗୋଟି ଅଭିଯୋଗ ମଧ୍ୟ ଶୁଣାଣି ହୋଇଛି । ସେହିପରି ଜାତୀୟ ସାମାଜିକ ସହାୟତା ୨୦୨୩/୨୪ର ୭ଗୋଟି ପଞ୍ଚାୟତର ୪୭ଗୋଟି ଅଭିଯୋଗ ଶୁଣାଣି କରାଯାଇଥିଲା । ଏହି ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିରରେ ବୌଦ୍ଧ ପିଡିଙ୍କ ସମେତ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ, ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଡିଏସ୍‌ଏପ୍ରବୀର ମେହେର ଓ ମନରେଗା ସଂଯୋଜକ ସତ୍ୟଜିତ ସେନାପତି, ଆସିଷ୍ଟାଣ୍ଟ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ଓ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + 9 =