ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

0 119

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ୨୦୨୨ ଅଧକ୍ଷ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସ୍ଥାନୀୟ ଭାରରାପ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଏହି ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଳିଙ୍ଗାର ଶ୍ରୀମତୀ ସୁଜାତା ଦିଗାଲ ଓ ଶ୍ରୀମତୀ ଲିସବେଥ ପ୍ରଧାନ ବିଚାରକ ଭାବେ ଯୋଗଦେଇଥିବା ବେଳେ ଶ୍ରୀମତୀ ମାନସୀ ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ । ଏହି କ୍ରୀଡ଼ାରେ ସ୍ଥାନୀୟ ପ୍ରଶିକ୍ଷଣ ବିଦ୍ୟାଳୟର ୪୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୧୭ ଜଣ ପୁରୁଷ ଓ ୨୯ ଜଣ ମହିଳା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ୧୦୦/୨୦୦ ମିଟର ଦୌଡ, ସଟ୍‌ଫୁଟ୍‌, ଜାଭେଲିନ, ଡିସକସ ଥ୍ରୋ ଆଦି ଖେଳରେ ଉଭୟ ମହିଳା ପୁରୁଷ ଭାଗ ନେଇଥିବା ବେଳେ ମ୍ୟୁଜିକ ଚେୟାର ଖେଳରେ କେବଳ ମହିଳାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶିକ୍ଷକ ସୁଧିର କୁମାର୍‌ ସାହୁ,ଅନିଲ କୁମାର୍‌ ମହାପାତ୍ର,ସଂସ୍କୃତ ଶିକ୍ଷୟତ୍ରୀ ଜୟନ୍ତୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ପୁରୁଷ ବାର୍ଗରୁ ଶମ୍ଭୁନାଥ ହାଁସଦା ଓ ମହିଳା ବର୍ଗରୁ ମାମିନା କାଣ୍ଡି ଚମ୍ପିୟାନ ହୋଇଥିଲେ । ଏହି ବାର୍ଷିକ କ୍ରୀଡା ମଧ୍ୟରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ନେଇ ସୂଚନା ରହିଛି । ତେବେ ଏହି କ୍ରୀଡ଼ାରେ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 12 =