ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା

0 147

ବୌଦ୍ଧ : ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ବାହାରେ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ବାହାରେ ରହିଛନ୍ତି । ସୂଚନା ଅନୁଯାୟୀ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୪୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ । ସେଥି ମଧ୍ୟରୁ ପୂର୍ବରୁ ୨୦୧୬ ମସିହାରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କଲା ପରେ ଡେପୁଟେସନରେ ବାଉଁଶୁଣୀରୁ ଦୁଇଜଣ ଶିକ୍ଷକ ଯଥା ଚନ୍ଦନ କୁମାର ମେହେର ଓ ବିବେକା ନନ୍ଦ ସ୍ୱାଇଁ ଆସି ପାଠ ପଢାଉଥିଲେ । ଯାହା ଫଳରେ ଭଲ ପାଠ ପଢାଉଥିବାରୁ ଛାତ୍ରଛାତ୍ରୀଙ୍କର ଅତିପ୍ରିୟ ଶିକ୍ଷକ ହୋଇଥିଲେ । ଯାହା ଫଳରେ ବର୍ତ୍ତମାନ ସେମାନଙ୍କୁ ଡେପୁଟେସନ ପ୍ରତ୍ୟାହାର କରିଦେବା ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ଓ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଯେ ପର୍ଯ୍ୟନ୍ତ ଏହାର ସମାଧାନ ନ ହୋଇଛି ସ୍କୁଲ ସାମ୍ନାରୁ ହାଟିବୁ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × 1 =