ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା

0 122

ପୁରୀ : ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମିବ । ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଶାସନ ପକ୍ଷରୁ କରାଯାଇଛି । ଆଜି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିବେ । ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ୱାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯିବ । ରାତି ପ୍ରାୟ ସାଢେ ୧୨ଟାରୁ କାଉଡ଼ିଆମାନେ ଜଳଲାଗି କରିବେ । ସୋମବାର ନୀତିକାନ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟକୁ ବାଦ୍‌ ଦେଲେ ରାତିରେ ପ୍ରଭୁ ଶ୍ରୀଲୋକନାଥଙ୍କ ପହୁଡ଼ ହେବା ପର୍ଯ୍ୟନ୍ତ କାଉଡ଼ିଆ ଭକ୍ତମାନେ ପାଣି ଢାଳିପାରିବେ । ଏଥିପାଇଁ ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ମାତ୍ର ବାଟ ରହିବ । କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିବ । ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ପାଇଁ ୨୦ ଟଙ୍କା ଟିକେଟ ଦର ରହିଛି । ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ୱ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଲକ୍ଷ୍ମୀ ଦ୍ୱାରଠାରେ ପବିତ୍ର ଜଳ ଢ଼ାଳି ଫେରିବେ । କେବଳ ସୋମବାର ସକାଳ ୬ଟାରେ ବାଙ୍କ ଖିଲଣ ଦ୍ୱାର ଦେଇ ଦର୍ଶନ କରିବାକୁ ଆସିଥିବା ଭକ୍ତମାନେ ଯାଇପାରିବେ । ଏହି ଦ୍ୱାର ଦେଇ କୌଣସି କାଉଡ଼ିଆ ଭକ୍ତଙ୍କୁ ପାଣି ଢ଼ାଳିବା ପାଇଁ ଛଡ଼ାଯିବ ନାହିଁ । ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ ତଥା ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି । ଭକ୍ତମାନେ ପାଣି ଢ଼ାଳ ରଖିବା ପାଇଁ ବାଉଁଶ ଭାରାର ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ
ବ୍ୟବସ୍ଥା କରାଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ପୁଲିସ ଅଫିସର ଓ ଫୋର୍ସ ଆଦି ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କରିବେ ।

hiranchal ad1
Leave A Reply

Your email address will not be published.

seventeen + 4 =