ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାଳିତ

0 61

ପୁରୀ : ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି । ଦୋଳପୁର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଦୋଳବେଦୀରେ ଦୋଳଠାକୁର ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି । ସେପଟେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ରାଜାଧିରାଜ ତଥା ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବାପରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିଥିଲେ । ମହାପ୍ରଭୁ ରାଜାଧିରାଜ ବେଶ ତଥା ସୁନାବେଶ ଏବଂ ନାଭିକଟା ମଣ୍ଡପ ନୀତି ସଂପନ୍ନ ହେବାପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ । ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡଦାଣ୍ଡ ଦେଇ ବିମାନ ଦୋଳବେଦୀରେ ପହଞ୍ଚିଥିଲେ । ଦୋଳବେଦୀର ଚାରି ପାର୍ଶ୍ୱ ଓ ଦୋଳ ବେଦୀରେ ଠାକୁରଙ୍କ ବିମାନ ୭ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବରାଜିତ ହୋଇଥିଲେ ।

hiring


ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡିଥିଲେ । ଭକ୍ତଙ୍କ ସହ ଅବୀର ଓ ଫଗୁ ଖେଳିଥିଲେ ମହାପ୍ରଭୁ । ବଡଦାଣ୍ଡ ଏବଂ ଦୋଳବେଦୀ ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ସେପଟେ ଆଜିର ଏହି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଥିବା ଦେଖାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen + nineteen =