ଘୁ ଉଦୟଗିରି ବନବିଭାଗ ପକ୍ଷରୁ ଜଙ୍ଗଲ ନ ପୋଡ଼ିବାକୁ ସଚେତନତା ରଥର ଶୁଭାରମ୍ଭ

0 59

ଘୁ ଉଦୟଗିରି: ସ୍ଥାନୀୟ ବନ ବିଭାଗ ରେଞ୍ଜର ମୀନାକ୍ଷୀ କୁମରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ତରଫରୁ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ଓ ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ଏକ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇଥିବା ବେଳେ ସ୍ଥାନୀୟ ରେଞ୍ଜର ମୀନାକ୍ଷୀ କୁମରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ରଥ ପୂଜାର୍ଚ୍ଚନା ସ୍ଥାନୀୟ ଅଧ୍ୟକ୍ଷାଙ୍କ ଦ୍ୱାରା କରାଯାଇ ଶୁଭାରମ୍ଭ କରାଯାଇଥିଲା ଓ ପରେ ଅଧ୍ୟକ୍ଷା ପତକା ଦେଖାଇ ରଥ ଗମନାଗମନର ଶୁଭାରମ୍ଭ କରିଥିଲେ । ସୂଚନା ଅନୁସାରେ ଘୁ ଉଦୟଗିରି ସେକ୍ସନ ଅଧିନରେ ଥିବା କଳିଙ୍ଗା, ପାବୁରୀଆ ଓ ଘୁ ଉଦୟଗିରି ସେକ୍ସନର ସମସ୍ତ ଗ୍ରାମ ପଞ୍ଚାୟତ ସମେତ ଅନ୍ୟ ଗ୍ରାମ ମାନଙ୍କରେ ମଧ୍ୟ ଏହି ରଥ ବୁଲି ବୁଲି ଜନସାଧାରଣଙ୍କୁ ସଚେତନ କରିବ ବୋଲି ସୂଚନା ରହିଛି । “ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ,ଲାଗିଥିଲେ ନିଆଁ ଦେବା ଲିଭାଇ, ନିଆଁ ଭୂତାସନ୍‌ ନିଆଁ ରାକ୍ଷସ ଜାଳି ପୋଡ଼ି କରେ ଜଙ୍ଗଲ ଧ୍ୱଂସ ” । ଏହି କାର୍ଯ୍ୟକ୍ରମରେ ବିଭୁ ରଞ୍ଜନ ସାମନ୍ତରାୟ, ରଶ୍ମିତା ବକ୍ସି, ମନୋଜ କୁମାର ମହାପାତ୍ର, ଉର୍ଷିଲା ପ୍ରଧାନ, ଅନୁପମା ପାଣିଗ୍ରାହୀ, ପାରା ଫରେଷ୍ଟ କର୍ମକର୍ତ୍ତା ଓ ପାହାଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − two =