୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ପକ୍ଷରୁ ନିଆରା ପ୍ରୟାସ

0 364

ବାଲିଗୁଡ଼ା: ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ଅଞ୍ଚଳରୁ ୨୦ ଜଣ ଆଦିବାସୀ ଯୁବକ, ଯୁବତୀ ଭୋପାଳ ଅଭିମୁଖେ ବାହାରିଛନ୍ତି । ସେମାନଙ୍କର ଯିବା,ଆସିବା, ଖାଇବା,ରହିବା ଆଦି ସମସ୍ତ ଦାୟିତ୍ୱ ସିଆରପିଏଫ୍‌ ନେଇଛି । ଆମ ଅଞ୍ଚଳର ଆଦିବାସୀ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ନିଜ ସଂସ୍କୃତି ଓ ପରମ୍ପରାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ସିଆରପିଏଫ୍‌ କମାଣ୍ଡାଣ୍ଟ୍‌ ଆନନ୍ଦ ଝା । ଅନ୍ୟପଟେ ବାହାର ରାଜ୍ୟକୁ ଯାଇ ନିଜ ଜାତି ଓ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସିଆରପିଏଫ୍‌ ଓ ନେହରୁ ଯୁବ କେନ୍ଦ୍ର ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି ଆଦିବାସୀ ଯୁବକ ଯୁବତୀ । ଏହି ଅବସରରେ ସିଆରପିଏଫ୍‌ କମାଣ୍ଡାଣ୍ଟଙ୍କ ସମେତ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଅନ୍ୟ ସିଆରପିଏଫ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight + sixteen =