ଧୁମଧାମରେ ଆୟୋଜିତ ହେଲା ଶିବ ବିବାହ, ଆଜି ଶୀତଳ ଷଷ୍ଠୀ

0 153

ଗଜପତି : ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହା ଆଡ଼ମ୍ବରରେ ଶିବ ବିବାହ ସଂପନ୍ନ ହୋଇଛି । ଜଗତଜନନୀ ମା ପାର୍ବତୀ ମା’ଙ୍କ ସହିତ ମହାଦେବଙ୍କ ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଅବସରରେ ଶୈବପୀଠ ଗୁଡ଼ିକରେ ଅନ୍ନଦାନ, ପଣା ଭୋଗ ବଣ୍ଟନ, ଶହସ୍ର ପ୍ରଦୀପ ପ୍ରଜ୍ୱଳନ ଆଦି କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିଲା । ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିରରେ ମହାଦେବଙ୍କ ବିବାହ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ଉତ୍ସବ ଦେଖିବା ସହ ପ୍ରସାଦସେବନ କରିଥିଲେ । ମନ୍ଦିରର ସେବାୟତ ବ୍ରହ୍ମାନନ୍ଦ ପଣ୍ଡା, ଶିଶିର ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରେମାନନ୍ଦ ପଣ୍ଡା, ବିଜୟ ପଣ୍ଡା, ଭିକାରୀ ପଣ୍ଡା, ଶ୍ରୀକାନ୍ତ ଭୁକ୍ତା, ପ୍ରଦୀପ ଭୁକ୍ତା, ଶ୍ରୀନିବାସ ଭୁକ୍ତା, ଜଗନ୍ନାଥ ଭୁକ୍ତାଙ୍କ ସହ ରମେଶ ବେହେରା, ଶିବାଜୀ କେ ସାନ ପାତ୍ର ପ୍ରମୁଖ ଭକ୍ତମାନେ ଏସବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ଠାକୁରଙ୍କୁ ଏକ ବିରାଟ ପଟୁଆରରେ ଭୁକ୍ତା ମଣ୍ଡପକୁ ନେଇ ବରବେଶ କରିବା ପରେ ମନ୍ଦିର ମଧ୍ୟରେ ଥିବା କଲ୍ୟାଣ ବେଦୀକୁ ଅଣାଯାଇଥିଲା । ଏଠାରେ କନ୍ୟା ପିତା ଠାକୁରଙ୍କୁ ସ୍ୱାଗତ କରି ବାଟ ବରଣ କରିଥିଲେ । ପରେ ହୁଳହୁଳି ଘଣ୍ଟ ତାଳ ଧ୍ୱନି ମଧ୍ୟରେ ମା’ଙ୍କୁ ଅଣାଯାଇ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗହଳି ଲାଗିଥିବା ବେଳେ ଆଜି ନଗର ପରିକ୍ରମା କରିବେ ।

hiranchal ad1
Leave A Reply

Your email address will not be published.

three + twelve =