ଝରାପଡାର କୁନିକୁନି ଛୁଆଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ଓଜେୟୁ ଟିମ୍‌

0 333

ସୁବର୍ଣ୍ଣପୁର : ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତର ଝରାପଡାର ଅଧିବାସୀ ଭାରତ ସ୍ୱାଧୀନତାର ୭୭ ବର୍ଷ ପରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡାଇ ଭାରତ ମାତାକି ଜୟର ଧ୍ୱନିରେ ସମଗ୍ର ଗଗନପବନ ପ୍ରକମ୍ପିତ କରିଥିଲେ । ହରଘର ତ୍ରିରଙ୍ଗାର ବାର୍ତ୍ତା ନେଇ ସୁବର୍ଣ୍ଣପୁର ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ଝରାପଡା ଗ୍ରାମର ପ୍ରତିଘରେ ତ୍ରିରଙ୍ଗା ପତାକା ବାଣ୍ଟିବା ସହ ସେଠାରେ ଗାଁର ବୟୋଜ୍ୟୋଷ୍ଠଙ୍କ ହାତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତ୍ରିରଙ୍ଗା ଉଡେଇ ଛୋଟ ଛୁଆ, ଅବାଳ ବୃଦ୍ଧ ବନିତା ତ୍ରିରଙ୍ଗା ପତାକା ତଳେ ଜାତୀୟତାବାଦି ସ୍ଲୋଗାନ ଦେଇ ପାଳିଛନ୍ତି ସ୍ୱାଧୀନତା ଦିବସ । ତ୍ରିରଙ୍ଗା ପତାକା ହାତରେ ଧରି ଫରଫର ଉଡ଼ାଇଲେ ଛୋଟ କୁନି ଛୁଆ ଓ ବୁନ୍ଦି ମିଠା ଖାଇ ଏକାଠି ବସି ମଜା ନେଇଥିଲେ । ଏହି ଗ୍ରାମବାସୀ ତୁରନ୍ତ କିଛି ସୁବିଧା ସୁଯୋଗ ପାଇଥିବାରୁ ଜ଼ିଲ୍ଲା ପ୍ରଶାସନ, ସେଲେଡି ସରପଞ୍ଚ ଓ ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରଶାସନର ଏତାଦୃଶ ତ୍ୱରିତ ପଦକ୍ଷେପକୁ ଜ଼ିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖାର ଦିଲିପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ ଓ ଭାସ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =