ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ

0 111

ପୁରୀ :ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା।ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ। କଲୋମ୍ବିଆର ଜଣେ ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ପ୍ରବେଶ କରିଥିଲେ।କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ।ଆଜି ସକାଳୁ ସେ ବ୍ୟାରିକେଡ଼ ମଧ୍ୟରେ ରହିଥିଲେ।ଦର୍ଶନ ପାଇଁ ଲୋକଙ୍କୁ ଛଡାଯିବା ପରେ ସେ ଅନ୍ୟ ଭକ୍ତଙ୍କ ସହ ମିଶି ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାର କରିଥିଲେ।ତେବେ ସେ ହିନ୍ଦୁଙ୍କ ଛଡା ଆଉ କାହାର ପ୍ରବେଶ ନଥିବା କଥା ଜାଣିନଥିବା କହିଛନ୍ତି।

hiranchal ad1
Leave A Reply

Your email address will not be published.

1 × 4 =