କିରୀକୁଟି ଓ ତିଲୋରୀ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0 268

ବାଲିଗୁଡ଼ା/ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ପଞ୍ଚାୟତଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ସରପଞ୍ଚ ମଧୁସ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ କିରୀକୁଟି ସମିତିସଭ୍ୟା ଜ୍ଞାନୀ ସୁନ୍ଦରୀ ନାୟକ, ୧୦ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ଟିଡିସିସିର ରାଜ୍ୟ ଉପ ସଭାପତି ଦିଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ । ରାଜ୍ୟ ସରକାର କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରାସନ କାର୍ଡ଼,ମମତା ଯୋଜନା ଓ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇଥିବା ଅତିଥିମାନେ ନିଜ ଭାଷଣରେ ପ୍ରକାଶ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଘନଶ୍ୟାମ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ କେଦାର ନାଥ ସାହୁଙ୍କ ସମେତ ପଞ୍ଚାୟତର ସମସ୍ତ ଏମବିକେ, ସିଆରପି ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ତିଲୋରୀ ପଞ୍ଚାୟତ ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷ, ଦାରିଙ୍ଗବାଡ଼ି ବିଡିଓ ଶ୍ରୀ ପାତ୍ର, ସିମନବାଡ଼ି ସମିତି ସଭ୍ୟ ସାଧୁ ନାୟକ, ତିଲୋରି ପଞ୍ଚାୟତର ସମିତି ସଭ୍ୟ ଦିଲୀପ କୁମାର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଇନ୍ଦ୍ରଜିତ ପ୍ରଧାନ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ରାଜ୍ୟ ସରକାର ସଦା ସର୍ବଦା ସାଧାରଣ ଲୋକଙ୍କ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅହରହ ଚେଷ୍ଟା କରୁଛନ୍ତି ଓ ଗରିବ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବା ଲୋକଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ନେଇ ଅନେକ ଯୋଜନା ହାତକୁ ନେଇଛନ୍ତି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଆମ ପଞ୍ଚାୟତ ଆମ ବିକାଶ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଉକ୍ତ ପୁସ୍ତକରେ ପଞ୍ଚାୟତକୁ ଆସିଥିବା ପଚାଶ ଲକ୍ଷ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେବ ରାଜ୍ୟ ସରକାର କେଉଁ କାମ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି ତାହାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା । ତିଲୋରୀ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଜୟନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘନଶ୍ୟାମ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =